ଗଣେଶ ବିସର୍ଜନ ଶୋଭାଯାତ୍ରା ସମୟରେ ଦୁର୍ଘଟଣା, 8 ମୃତ, 20ରୁ ଅଧିକ ଆହତ
ବେଙ୍ଗାଲୁରୁ, 13 ସେପ୍ଟେମ୍ବର (ହି.ସ.) - କର୍ଣ୍ଣାଟକର ହାସନ୍ ତହସିଲରେ ଥିବା ମୋସଲେ ହୋସାହଲ୍ଲି ନିକଟରେ ଗଣେଶ ବିସର୍ଜନ ଶୋଭାଯାତ୍ରା ସମୟରେ ଘଟିଥିବା ଏକ ଭୟଙ୍କର ଦୁର୍ଘଟଣାରେ ଆଠଜଣଙ୍କ ମୃତ୍ୟୁ ଓ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ହାସନ୍ ଠାରୁ ହୋଲେନରସିପୁର ଯାଉଥ
ଗଣେଶ ବିସର୍ଜନ ଶୋଭାଯାତ୍ରା     ସମୟରେ ଦୁର୍ଘଟଣା, 8 ମୃତ, 20ରୁ ଅଧିକ ଆହତ


ବେଙ୍ଗାଲୁରୁ, 13 ସେପ୍ଟେମ୍ବର (ହି.ସ.)

- କର୍ଣ୍ଣାଟକର ହାସନ୍

ତହସିଲରେ ଥିବା ମୋସଲେ ହୋସାହଲ୍ଲି ନିକଟରେ ଗଣେଶ ବିସର୍ଜନ ଶୋଭାଯାତ୍ରା ସମୟରେ ଘଟିଥିବା ଏକ

ଭୟଙ୍କର ଦୁର୍ଘଟଣାରେ ଆଠଜଣଙ୍କ ମୃତ୍ୟୁ ଓ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ହାସନ୍ ଠାରୁ ହୋଲେନରସିପୁର

ଯାଉଥିବା ଏକ ମିନି କ୍ୟାଣ୍ଟରର ଚାଳକ ଭାରସାମ୍ୟ ହରାଇ ଦେଇଥିଲେ ଓ ଗଣେଶ ବିସର୍ଜନ ଉତ୍ସବ ପାଇଁ ଶୋଭାଯାତ୍ରାରେ

ଯୋଗଦେଇଥିବା ଲୋକମାନଙ୍କୁ ଚାପି ଦେଇଥିଲେ।

ମୋସଲେ ହୋସାହଲ୍ଲି ଓ

ହିରେହଲ୍ଲି ଗ୍ରାମର ଲୋକମାନେ ଏହି ଉତ୍ସବରେ ଯୋଗଦେଇଥିଲେ। ଏହି ଦୁର୍ଘଟଣା ସେତେବେଳେ ଘଟିଥିଲା,

ଯେବେ ଏକ କ୍ୟାଣ୍ଟର ଗାଡି ହଠାତ୍ ଜୁଲୁସ ଭିତରକୁ

ପ୍ରବେଶ କରିଥିଲା।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଶବାଗାରରେ ମୃତକଙ୍କୁ ରଖାଯାଇଛି।

ଗୁରୁତର ଆହତଙ୍କୁ ହାସନ୍ ଓ ହୋଲେନରସିପୁରର

ସରକାରୀ ଓ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣାରେ କେତେକ ଆହତଙ୍କର

ଅବସ୍ଥା ଗୁରୁତର ଥିବାରୁ, ମୃତ୍ୟୁ ସଂଖ୍ୟା

ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande