ମସ୍କୋ, 13 ସେପ୍ଟେମ୍ବର (ହି.ସ.)
-ରୁଷର କାମଚଟକା
ଉପଦ୍ୱୀପର ପୂର୍ବ ଉପକୂଳର ନିକଟରେ ଶନିବାର ଦିନ 7.1 ତୀବ୍ରତାର ଏକ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି । ଏହା ପରେ ଏହି
ଅଞ୍ଚଳରେ ସୁନାମି ସତର୍କତା ଘୋଷଣା କରାଯାଇଛି। ଆମେରିକୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ଏହାର
ତୀବ୍ରତା 7.4 ବୋଲି ଜଣାଇଛି ଓ ଏହି ଭୂକମ୍ପର କେନ୍ଦ୍ରଭାଗ 39.5
କି.ମି ଗଭୀରରେ ଥିଲା ବୋଲି ସୂଚନା ଦେଇଛି ।
ଚୀନର ସୁନାମି ସତର୍କତା
କେନ୍ଦ୍ର ଏକ ସୂଚନା ଜାରି କରି ଲେଖିଛି ଯେ ଏହି ଭୂକମ୍ପ କାମଚାଟକା ଉପଦ୍ୱୀପର ପୂର୍ବୀୟ ସମୁଦ୍ର
ଅଞ୍ଚଳରେ ଅନୁଭୂତ ହୋଇଥିଲା। ସେମାନେ ଏହି ଭୂକମ୍ପର ତୀବ୍ରତା 7.1 ଓ ଗଭୀରତା 15 କି.ମି ଥିଲା ବୋଲି
ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା