ମିଜୋରାମରେ 9ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଇଜଲ ପ୍ରଥମ ଥର ରେଲୱେ ମାନଚିତ୍ରରେ ସାମିଲ
ଆଇଜଲ, 13 ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ମିଜୋରମରେ ୯ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୮,୦୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବୈରାବି-ସୈରା
ମିଜୋରାମରେ 9ହଜାର କୋଟି     ଟଙ୍କାର ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଇଜଲ ପ୍ରଥମ ଥର ରେଲୱେ ମାନଚିତ୍ରରେ     ସାମିଲ


ଆଇଜଲ, 13 ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ମିଜୋରମରେ ୯ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ

ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୮,୦୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବୈରାବି-ସୈରାଙ୍ଗ ରେଳ ଲାଇନ୍

ପ୍ରଧାନ ଅଟେ, ଯାହା ରାଜ୍ୟର

ରାଜଧାନୀ ଆଇଜୋଲକୁ ଭାରତୀୟ ରେଲ ନେଟୱାର୍କ ସହିତ ଯୋଡିଛି।

ପ୍ରଧାନମନ୍ତ୍ରୀ ଖରାପ

ପାଣିପାଗ ଯୋଗୁ ଆଇଜୋଲ ପହଞ୍ଚିନପାରିବା ଯୋଗୁଁ ଲାଙ୍ଗପୁଇ ବିମାନ ବନ୍ଦରରୁ ଭର୍ଚୁଆଲ୍ ଯୋଗେ

ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି । ଏହି ସମୟରେ ମିଜୋରମର ରାଜ୍ୟପାଳ ଭି.କେ. ସିଂହ,

ମୁଖ୍ୟମନ୍ତ୍ରୀ ଲାଲଦୁହାମା ଓ ରେଲମନ୍ତ୍ରୀ ଅଶ୍ୱିନୀ

ବୈଷ୍ଣବ ଆଇଜୋଲର ଲମ୍ମୁଆଲ୍ ମୈଦାନରେ ଉପସ୍ଥିତ ଥିଲେ।

ମୋଦି କହିଛନ୍ତି,

“ଆଜିର ଦିନ କେବଳ ମିଜୋରମ ପାଇଁ ନୁହେଁ ବରଂସମଗ୍ର ଦେଶ ପାଇଁ ଏକ ଐତିହାସିକ ଦିନ। ଏବେ ଆଇଜୋଲ

ଭାରତୀୟ ରେଳ ମାନଚିତ୍ରରେ ସାମିଲ୍ ହୋଇଛି। ଦୁର୍ଗମ ଭୌଗୋଳିକ ପରିସ୍ଥିତି ଓ ଅନେକ ଚ୍ୟାଲେଂଜ

ସତ୍ତ୍ୱେ ବୈରାବି-ସୈରାଙ୍ଗ ରେଳ ଲାଇନର ସଫଳ ନିର୍ମାଣ ଦୃଢ଼ ସଂକଳ୍ପ ଓ ସାମୂହିକ ପ୍ରୟାସର

ପ୍ରମାଣ ଅଟେ ।” ସେ କହିଛନ୍ତି ଯେ

ଏହି ରେଳ ପ୍ରକଳ୍ପ ରୋଜଗାର ସୃଷ୍ଟି, ପର୍ଯ୍ୟଟନ ଉନ୍ନତି, ଏବଂ ଶିକ୍ଷା,

ସଂସ୍କୃତି ଓ ଅର୍ଥନୈତିକ ସମ୍ପର୍କକୁ ମଜବୁତ କରିବ।

ପ୍ରଧାନମନ୍ତ୍ରୀ ମୋଦି ତିନୋଟି

ନୂଆ ଏକ୍ସପ୍ରେସ୍ ଟ୍ରେନର ମଧ୍ୟ ଶୁଭାରମ୍ଭ କରିଛନ୍ତି, ଯାହା ମାଧ୍ୟମରେ ମିଜୋରମର ରାଜଧାନୀକୁ ଦିଲ୍ଲୀ, ଗୁବାହାଟି ଓ କୋଲକାତା ସହିତ ସିଧା ରେଳ ସଂଯୋଗ ମିଳିବ। ସେ କହିଛନ୍ତି ଯେ,

ପ୍ରଥମଥର ପାଇଁ ସୈରାଙ୍ଗ ର ଦିଲ୍ଲୀ ପାଇଁ ରାଜଧାନୀ

ଏକ୍ସପ୍ରେସ୍ ଆରମ୍ଭ ହେଉଛି। ଏହା କେବଳ ଭୌଗୋଳିକ ଦୂରତା କମେଇବ ନାହିଁ ,

ମନକୁ ମଧ୍ୟ ଅଧିକ ନିକଟତର କରିବ ।

ମୋଦି ମିଜୋ ସମାଜର ତ୍ୟାଗ,

ସେବା ଓ ସାହସର ପାରମ୍ପରିକତାକୁ ସ୍ମରଣ କରି କହିଛନ୍ତି

ଯେ, ସ୍ୱାଧୀନତା ସଂଗ୍ରାମରୁ ଆରମ୍ଭ କରି ରାଷ୍ଟ୍ର

ନିର୍ମାଣ ପର୍ଯ୍ୟନ୍ତ ମିଜୋରମର ଲୋକମାନଙ୍କର ଅବଦାନ ଅବିସ୍ମରଣୀୟ। ସେ କହିଛନ୍ତି ଯେ ମିଜୋରମ

ଆକ୍ଟ ଇଷ୍ଟ ପଲିସି ଓ ଉଭୟ ରୂପେ

ଉନ୍ନତିଶୀଳ ନର୍ଥ ଇଷ୍ଟ ଇକନମିକ୍ କରିଡୋର ର ଏକ ମୁଖ୍ୟ କେନ୍ଦ୍ର ହେବା ସହିତ ଆଜି

ପୂର୍ବୋତ୍ତର ଭାରତ ଦେଶର ବିକାଶ ଇଞ୍ଜିନ୍ ବନିଯାଇଛି।

ପ୍ରଧାନମନ୍ତ୍ରୀ ଭଗବାନ

ପାଥିଅନଙ୍କୁ ନମନ କରି କହିଛନ୍ତି ଯେ, ଆଜି ମୁଁ ଆପଣମାନଙ୍କ ମଧ୍ୟରେ ସିଧାସଳଖ ଭାବେ ନ ଆସିପାରିଲେ ମଧ୍ୟ,

ଆପଣମାନଙ୍କର ସ୍ନେହ ଓ ଆଶୀର୍ବାଦକୁ ଏଠାରୁ ମଧ୍ୟ

ଅନୁଭବ କରୁଛି। ଆମର ହୃଦୟ ସବୁବେଳେ ପାଇଁ ଯୋଡି ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande