ଆଜିଠାରୁ ବାରଣାସୀରେ ହିନ୍ଦୁସ୍ଥାନ ସମାଚାର ଗ୍ରୁପର ଭାରତୀୟ ଭାଷା ସଙ୍ଗମ 2025, 21 ଭାରତୀୟ ଭାଷାର ବିଦ୍ୱାନ ହେବେ ସମ୍ମାନିତ
ବାରଣାସୀ, 13 ସେପ୍ଟେମ୍ବର (ହି.ସ.) - ଉତ୍ତର ପ୍ରଦେଶର ସାଂସ୍କୃତିକ ନଗରୀ କାଶୀ ବାରାଣସୀରେ ଶନିବାର ଦିନ ହିନ୍ଦୁସ୍ଥାନ ସମ୍ବାଦ ଗ୍ରୁପ ପକ୍ଷରୁ ମହାତ୍ମା ଗାନ୍ଧୀ କାଶୀ ବିଦ୍ୟାପୀଠର ଗାନ୍ଧୀ ଅଧ୍ୟୟନ ପୀଠ ସଭାଗୃହରେ ଅପରାହ୍ନ 2ଟାରୁ “ଭାରତୀୟ ଭାଷା ସଙ୍ଗମ – 2025’ ‘ପଞ୍ଚ ପ୍ରଣ
ଆଜିଠାରୁ ବାରଣାସୀରେ     ହିନ୍ଦୁସ୍ଥାନ ସମାଚାର ଗ୍ରୁପର ଭାରତୀୟ ଭାଷା ସଙ୍ଗମ 2025, 21 ଭାରତୀୟ ଭାଷାର ବିଦ୍ୱାନ ହେବେ     ସମ୍ମାନିତ


ବାରଣାସୀ, 13 ସେପ୍ଟେମ୍ବର (ହି.ସ.)

- ଉତ୍ତର ପ୍ରଦେଶର ସାଂସ୍କୃତିକ

ନଗରୀ କାଶୀ ବାରାଣସୀରେ ଶନିବାର ଦିନ ହିନ୍ଦୁସ୍ଥାନ ସମ୍ବାଦ ଗ୍ରୁପ ପକ୍ଷରୁ ମହାତ୍ମା ଗାନ୍ଧୀ

କାଶୀ ବିଦ୍ୟାପୀଠର ଗାନ୍ଧୀ ଅଧ୍ୟୟନ ପୀଠ ସଭାଗୃହରେ ଅପରାହ୍ନ 2ଟାରୁ “ଭାରତୀୟ ଭାଷା ସଙ୍ଗମ – 2025’ ‘ପଞ୍ଚ ପ୍ରଣ : ସ୍ୱଭାଷା ଓ ବିକାଶଶୀଳ ଭାରତ’ ବିଷୟରେ ଏକ

ସଙ୍ଗୋଷ୍ଠୀର ଆୟୋଜନ କରାଯାଇଛି।

ଏହି ଅବସରରେ ଦେଶର 21ଟି

ଭାରତୀୟ ଭାଷାର ବିଦ୍ୱାନମାନଙ୍କୁ ସମ୍ମାନିତ କରାଯିବ। ଏହି ସମାରୋହରେ ଭାରତୀୟ ଭାଷା କେନ୍ଦ୍ରିତ

ଏକ ‘ପ୍ରଦର୍ଶନୀ’ ମଧ୍ୟ ଲଗାଯିବ।

ଏହି ଅବସରରେ ବିଶିଷ୍ଟ

ଅତିଥିମାନେ ‘ହିନ୍ଦୁସ୍ଥାନ ସମ୍ବାଦ’ ଗ୍ରୁପର ଦୁଇଟି ପ୍ରମୁଖ ପତ୍ରିକା - ‘ଯୁଗବାର୍ତ୍ତା’ (ପାକ୍ଷିକ) ଓ ‘ନବୋତ୍ଥାନ’ (ମାସିକ) ର ‘ଭାରତୀୟ ଭାଷା : ସର୍ବଦା ଯୋଡିଥାଏ,ବିଷୟରେ କେନ୍ଦ୍ରିତ ବିଶେଷ ଅଙ୍କର

ଉନ୍ମୋଚନ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande