ନୂଆଦିଲ୍ଲୀ, ୧୫ ସେପ୍ଟେମ୍ବର (ହି.ସ.)- ପୂର୍ବତନ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭି ୱାକଫ ସଂଶୋଧନ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି । ସୋମବାର ଗଣମାଧ୍ୟମ ସହିତ କଥାବାର୍ତା ବେଳେ ନକଭି କହିଛନ୍ତି ଯେ, ସଂସଦ ଦ୍ୱାରା ଗୃହୀତ ୱାକଫ ବ୍ୟବସ୍ଥାରେ ସଂସ୍କାର ପାଇଁ ନିଷ୍ପତି ସମ୍ପୂର୍ଣ୍ଣ ଭାବରେ ଆସ୍ଥାର ସୁରକ୍ଷା ଏବଂ ପ୍ରଶାସନିକ ବ୍ୟବସ୍ଥାର ଉନ୍ନତି ପାଇଁ, କିନ୍ତୁ ଦୁର୍ଭାଗ୍ୟବଶତଃ କିଛି ଦୁର୍ନୀତିଗ୍ରସ୍ତ ଲବି ଲୁଟ୍ କରିବାର ଲାଇସେନ୍ସ ପାଇଁ ଆଇନଗତ ଛାଡ ଚାହାଁନ୍ତି । ସେଥିପାଇଁ ସେମାନେ ହଙ୍ଗାମା ଏବଂ କାଳ୍ପନିକ ଦ୍ୱନ୍ଦ ପ୍ରସାର କରିବାକୁ ଚେଷ୍ଟା କରୁଛନ୍ତି । ଏମାନେ ସେହି ଲୋକ ଯେଉଁମାନେ ସମଗ୍ର ୱାକଫ ବ୍ୟବସ୍ଥାକୁ ଏକ ସ୍ୱର୍ଗୀୟ ପୁସ୍ତକ କରିଥିଲେ, ଯାହାକୁ ସ୍ପର୍ଶ କରିବା ନିଷେଧ ଥିଲା । ନକଭି କହିଛନ୍ତି ଯେ, ଯେଉଁମାନେ ୱାକଫ ବୋର୍ଡକୁ ଟାର୍ଗେଟ କରୁଛନ୍ତି ସେମାନେ ନିଜର ସ୍ୱାର୍ଥ ପାଇଁ ଆଇନଗତ ଛାଡ ଚାହାଁନ୍ତି । ସେମାନେ ୱାକଫ ବୋର୍ଡରେ ହୋଇଥିବା ସଂସ୍କାରକୁ ବାଧା ଦେବାକୁ ଚାହାଁନ୍ତି । ସାମ୍ବିଧାନିକ ଦୃଷ୍ଟିକୋଣରୁ ପ୍ରତ୍ୟେକ କାର୍ଯ୍ୟର ତଦନ୍ତ କରିବାର ଅଧିକାର ସୁପ୍ରିମକୋର୍ଟର ଅଛି । ସରକାର ନିଜର ପକ୍ଷ ଉପସ୍ଥାପନ କରୁଛନ୍ତି । ୱାକଫ ଆଇନ ପ୍ରଶାସନିକ ସଂସ୍କାର ଏବଂ ଧାର୍ମିକ ବିଶ୍ୱାସର ସୁରକ୍ଷା ଗ୍ୟାରେଂଟି ପାଇଁ, ଏଥିରେ କୌଣସି ସନ୍ଦେହ ନାହିଁ । ସେ କହିଛନ୍ତି ଯେ, ଏହି ଧର୍ମନିରପେକ୍ଷ ଦେଶରେ, ୱାକଫ ବୋର୍ଡ ସାମ୍ପ୍ରଦାୟିକ ଆଧାରରେ ପ୍ରବେଶ କିମ୍ବା ନିଷେଧ ସୂତ୍ର ଚାହୁଁଛି । ଅନ୍ୟ କୌଣସି ଧର୍ମର ବ୍ୟକ୍ତି ଏହି ପ୍ରଶାସନିକ ଆଇନର ଅଂଶ ହୋଇପାରିବେ ନାହିଁ । ଏହି ପ୍ରକାରର ସାମ୍ପ୍ରଦାୟିକ ଆକ୍ରମଣକୁ ଏକ ଧର୍ମନିରପେକ୍ଷ ଦେଶରେ ଗ୍ରହଣ କରାଯିବା ଉଚିତ୍ ନୁହେଁ । ସାମ୍ବିଧାନିକ ସଂସ୍କାରରେ ସାମ୍ପ୍ରଦାୟିକ ଆକ୍ରମଣ କରିବା ଠିକ୍ ନୁହେଁ ।
ଉଲ୍ଲେଖନୀୟ ଯେ, ସୁପ୍ରିମକୋର୍ଟ ୱାକଫ ସଂଶୋଧନ ଆଇନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଆଇନକୁ ନିଷିଦ୍ଧ କରିବାର କୌଣସି ଆଧାର ନାହିଁ । କୋର୍ଟ କିଛି ବ୍ୟବସ୍ଥା ଉପରେ ମଧ୍ୟବର୍ତୀକାଳୀନ ସ୍ଥଗିତାଦେଶ ଲଗାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ