ଚଣ୍ଡିଗଡ଼, ୧୫ ସେପ୍େଟମ୍ବର (ହି.ସ.)- ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ପଞ୍ଜାବରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବା ପାଇଁ ପହଂଚିଥିଲେ। ସେ ସୀମାନ୍ତବର୍ତୀ ଗ୍ରାମଗୁଡ଼ିକୁ ପରିଦର୍ଶନ କରିଥିଲେ ଏବଂ ବନ୍ୟା ପୀଡିତଙ୍କ ସହ କଥା ହୋଇଥିଲେ। ରାହୁଲ ଗାନ୍ଧୀଙ୍କ ସହିତ ପଞ୍ଜାବ କଂଗ୍ରେସ ସଭାପତି ଅମରିନ୍ଦର ସିଂହ ରାଜା ୱାରିଂ ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱାଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ।
ପଞ୍ଜାବରେ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୫୬ ଜଣଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଥିଲେ। ସୋମବାର ସକାଳେ ରାହୁଲ ଗାନ୍ଧୀ ଅମୃତସର ବିମାନବନ୍ଦରରେ ପହଂଚିଥିଲେ। ଏହା ପରେ ସେ ଘୋନେୱାଲ ଗ୍ରାମ ଅଭିମୁଖେ ବାହାରିଥିଲେ। ଏଠାରେ ସେ ବନ୍ୟା ପୀଡିତ ଲୋକଙ୍କୁ ଭେଟିଥିଲେ। ଏହି ସମୟରେ ସେ ବୁଡ଼ି ରହିଥିବା ଫସଲ ଏବଂ ଭଙ୍ଗା ଘର ଦେଖିଥିଲେ। ଏଠାରେ ସେ ଗୁରୁଦ୍ୱାରା ବୀଡ ବାବା ବୁଢା ସାହିବରେ ମଧ୍ୟ ମୁଣ୍ଡ ପ୍ରଣାମ କରିଥିଲେ।
ଏହା ପରେ ସେ ଗୁରୁଦାସପୁରର ଗୁରଚକ୍କ ଗ୍ରାମରେ ପହଂଚିଥିଲେ। ଏଠାରେ ସେ ବନ୍ଧ ଭାଙ୍ଗିବା ଯୋଗୁଁ କ୍ଷେତ ଏବଂ ଘର ବୁଡ଼ି ରହିଥିବା ଦେଖିଥିଲେ। ରାହୁଲ ଗାନ୍ଧୀ ଚାଷୀମାନଙ୍କୁ ଭେଟିଥିଲେ। ଏହା ପରେ, ସେ ଏକ ଟ୍ରାକ୍ଟରରେ ଚଢ଼ି ଅଧ କିଲୋମିଟର ଦୂରରେ ପାର୍କିଂ ହୋଇଥିବା ତାଙ୍କ କାରରେ ପହଂଚିଥିଲେ। ଏହା ପରେ ରାହୁଲ ଗାନ୍ଧୀ ଦିନାନଗରରେ ବନ୍ୟା ପୀଡିତଙ୍କୁ ଭେଟିଥିଲେ।
-------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ