ଗଞ୍ଜାମ, ୧୫ ସେପ୍ଟେମ୍ବର (ହି.ସ.)- ସାର ମିଳୁନଥିବାରୁ ଦିଗପହଣ୍ଡି - ବ୍ରହ୍ମପୁର ରାସ୍ତାର ଗଣିଆନାଳ ଛକରେ ଅବରୋଧ କରିଛନ୍ତି ଚାଷୀ। ଗଞାମ ଜିଲା ସିଦ୍ଧେଶ୍ୱର ସେବା ସମବାୟ ସମିତିରେ ସାର ମିଳୁନଥିବାରୁ ଚାଷୀମାନେ ଗଣିଆନାଳ ଛକରେ ରାସ୍ତା ଅବରୋଧ କରିବା ଫଳରେ ଛକର ଉଭୟ ପାର୍ଶ୍ବରେ ଶହଶହ ଯାନବାହାନ ଅଟକି ରହିଛି । ବ୍ରହ୍ମପୁରରୁ ଦିଗପହଣ୍ଡି ଓ ଦିଗପହଣ୍ଡିରୁ ବ୍ରହ୍ମପୁର ଯିବାକୁ ଯାତ୍ରୀମାନେ ଅଟକି ରହି ଅସନ୍ତୋଷ ପ୍ରକାଶ କରୁଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀ ଏପର୍ଯ୍ୟନ୍ତ ସାର ପାଉଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ