କୋଲକାତା, ୧୫ ସେପ୍ଟେମ୍ବର(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ କୋଲକାତା ସ୍ଥିତ ବିଜୟ ଦୁର୍ଗସ୍ଥିତ ଭାରତୀୟ ସେନାର ପୂର୍ବ କମାନ ମୁଖ୍ୟାଳୟରେ ତିନିଦିନିଆ ସଂଯୁକ୍ତ କମାଣ୍ଡର ସମ୍ମିଳନୀ(ସିସିସି)ର ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ ସଶସ୍ତ୍ର ସେନାଙ୍କ ବାହାଦୂରି ଏବଂ ଅପରେସନ ସିନ୍ଦୁରରେ ନିଭାଇଥିବା ତାଙ୍କ ଭୂମିକାର ପ୍ରଶଂସା କରିଛନ୍ତି।
ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ଅପରେଶନ ସିନ୍ଦୁରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଯବାନଙ୍କ ମନୋବଳ ଏବଂ ସେମାନଙ୍କ ଯୋଶକୁ ବଢ଼ାଇଥିଲେ। ସେ କହିଥିଲେ ଯେ ସେନାମାନଙ୍କ ଯୋଗଦାନ କେବଳ ସୁରକ୍ଷା ପର୍ଯ୍ୟନ୍ତ ସୀମିତ ନୁହେଁ, ପରନ୍ତୁ ସେମାନେ ରାଷ୍ଟ୍ର ନିର୍ମାର ଦିଗରେ ମଧ୍ୟ ମୁଖ୍ୟ ଭୂମିକା ନିଭାଉଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା କେବଳ ସୈନ୍ୟ ସଂଚାଳନର ନୁହେଁ, ପରନ୍ତୁ ରାଷ୍ଟ୍ରୀୟ ସୁରକ୍ଷାର ବ୍ୟାପକ ରଣନୀତିର ମଂଚ ଅଟେ। ସୁଧାର, ପରିବର୍ତନ ଏବଂ ଭବିଷ୍ୟତର ପ୍ରସ୍ତୁତି- ଏହା ଆମର ଲକ୍ଷ୍ୟ ହେବା ଦରକାର। ସେ କହିଛନ୍ତି ଯେ ସେନାକୁ ନୂଆ ଟେକ୍ନିକ, ଡୋମେନ ଏକୀକରଣ ଏବଂ ସାଇବର ତଥା ସ୍ପେସ ସୁରକ୍ଷା ପରି କ୍ଷେତ୍ରରେ ମଧ୍ୟ ତୀବ୍ର ଭାବେ ସଶକ୍ତ ହେବାର ଆବଶ୍ୟକତା ଅଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି