କୋଲକାତା 15ସେପ୍ଟେମ୍ବର (ହି.ସ.)-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତା ସ୍ଥିତ ଭାରତୀୟ ଥଳସେନା ସେନା ଇଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟାଳୟ
ବିଜୟ ଦୁର୍ଗ (ପୂର୍ବରୁ ଫୋର୍ଟ ୱିଲିୟମ୍) ଠାରେ ତିନି ଦିନିଆ ଯୁଗ୍ମ କମାଣ୍ଡର ସମ୍ମିଳନୀର
ଉଦଘାଟନ କରିଛନ୍ତି।ଏହି ଅବସରରେ ରକ୍ଷା
ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ।ସମ୍ମିଳନୀ 'ଅପରେସନ୍ ସିନ୍ଦୂର' ପରେ ପ୍ରଥମ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମ।ପ୍ରତିରକ୍ଷା
ଅଧିକାରୀଙ୍କ ଅନୁଯାୟୀଅପରେସନ ସିନ୍ଦୂର
ସୀମାପାର ଆତଙ୍କବାଦ ଭିତ୍ତିଭୂମିକୁ ଭାଙ୍ଗିବା ପାଇଁ ନିଆଯାଇଥିବା ଏକ ଦଣ୍ଡମୂଳକ ଏବଂ
ଲକ୍ଷ୍ୟଭେଦୀ ସାମରିକ କାର୍ଯ୍ୟାନୁଷ୍ଠାନ ଥିଲା।ଏହି
ଅଭିଯାନ ତ୍ରି-ସେନାର ସଠିକତା, ବୃତ୍ତିଗତ କ୍ଷମତା
ଏବଂ ସୁଚିନ୍ତିତ ରଣନୀତିକୁ ପ୍ରଦର୍ଶନ କରିଥିଲା।ଏହି ସମ୍ମିଳନୀରେ ଜାତୀୟ ସୁରକ୍ଷା
ପରାମର୍ଶଦାତା ଅଜିତ ଡୋଭାଲ, ପ୍ରତିରକ୍ଷା ସଚିବ
ରାଜେଶ କୁମାର ସିଂହ, ପ୍ରତିରକ୍ଷା ମୁଖ୍ୟ
ଜେନେରାଲ ଅନିଲ ଚୌହାନ ଏବଂ ସେନା, ବାୟୁସେନା ଏବଂ
ନୌସେନା ମୁଖ୍ୟମାନେ ମଧ୍ୟ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ମଞ୍ଚକୁ ସଶସ୍ତ୍ର ବାହିନୀର
ସର୍ବୋଚ୍ଚ ମନ୍ଥନ ସ୍ଥାନ ଭାବରେ ବିବେଚନା କରାଯାଏ, ଯେଉଁଠାରେ ସାମରିକ
ଏବଂ ରାଜନୈତିକ ନେତୃତ୍ୱ ରଣନୈତିକ, ପ୍ରତିଷ୍ଠାନଗତ ଏବଂ
କାର୍ଯ୍ୟକ୍ଷମ ପ୍ରାଥମିକତା ଉପରେ ବିଚାର ବିମର୍ଶ କରନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା