କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଟି.ଏସ. ଶିବଜ୍ଞାନମ ଅବସର ନେଲେ, ଜଷ୍ଟିସ ସୌମେନ ସେନ୍ ହେଲେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି
କଲିକତା, ୧୫ ସେପ୍ଟେମ୍ବର (ହି.ସ.)- କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଟି.ଏସ୍‌, ଶିବଜ୍ଞାନମ ସୋମବାର ଅବସର ଗ୍ରହଣ କରିଛନ୍ତି । ତାଙ୍କ ସ୍ଥାନରେ ଜଷ୍ଟିସ ସୌମେନ ସେନଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଛି । ଏହି ସମ୍ପର୍କରେ ସୋମବାର କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟ
କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଟି.ଏସ. ଶିବଜ୍ଞାନମ ଅବସର ନେଲେ, ଜଷ୍ଟିସ ସୌମେନ ସେନ୍ ହେଲେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି


କଲିକତା, ୧୫ ସେପ୍ଟେମ୍ବର (ହି.ସ.)- କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଟି.ଏସ୍‌, ଶିବଜ୍ଞାନମ ସୋମବାର ଅବସର ଗ୍ରହଣ କରିଛନ୍ତି । ତାଙ୍କ ସ୍ଥାନରେ ଜଷ୍ଟିସ ସୌମେନ ସେନଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଛି । ଏହି ସମ୍ପର୍କରେ ସୋମବାର କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ସୋମବାର ଦିନ ନ୍ୟାୟାଳୟରେ ଜଷ୍ଟିସ୍ ଶିବଜ୍ଞାନମଙ୍କ ଶେଷ କାର୍ଯ୍ୟ ଦିବସ ଥିଲା । ନ୍ୟାୟମୂର୍ତି ସୌମେନ ସେନ ତାଙ୍କ ପରେ ହାଇକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି, ତେଣୁ ତାଙ୍କୁ ଏହି ପଦବୀରେ ଅସ୍ଥାୟୀ ଭାବରେ ନିଯୁକ୍ତ କରାଯାଇଛି । ତଥାପି ଗତ ଶୁକ୍ରବାର ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ୍ ସେନଙ୍କୁ ମେଘାଳୟ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରିବାକୁ ସୁପାରିଶ କରିଥିଲେ । ଏହି ସମୟରେ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଆସିଛି, ଯାହା ପରେ ବିଶ୍ୱାସ କରାଯାଉଛି ଯେ, କଲେଜିୟମର ସୁପାରିଶ ଅନୁଯାୟୀ, ତାଙ୍କୁ ଖୁବ୍ ଶୀଘ୍ର ମେଘାଳୟକୁ ସ୍ଥାନାନ୍ତର କରିବାକୁ ପଡ଼ିପାରେ । ଏପରି ପରିସ୍ଥିତିରେ କଲିକତା ହାଇକୋର୍ଟର ସ୍ଥାୟୀ ମୁଖ୍ୟ୍ର୍ର୍ର ବିଚାରପତି କିଏ ହେବେ ସେ ବିଷୟରେ କଳ୍ପନାଜଳ୍ପନା କରାଯାଉଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande