ସୁପ୍ରିମକୋର୍ଟ ୱକ୍ଫ (ସଂଶୋଧନ) ଆଇନ 2025 ର କିଛି ବ୍ୟବସ୍ଥା ଉପରେ ରୋକ ​​ଲଗାଇଛନ୍ତି
ନୂଆଦିଲ୍ଲୀ 15ସେପ୍ଟେମ୍ବର (ହି.ସ)- ଉଚ୍ଚତମ ନ୍ୟାୟାଳୟ ଆଜି ୱାକଫ (ସଂଶୋଧନ) ଆଇନ 2025 ର ବୈଧତାକୁ ଚ୍ୟାଲେଞ୍ଜ କରି ଆଗତ ଏକ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ତାଙ୍କର ରାୟ ଶୁଣାଇଛନ୍ତି। କୋର୍ଟ କିଛି ବ୍ୟବସ୍ଥା ଉପରେ ରୋକ ​​ଲଗାଇଛନ୍ତି।ୱାକଫ ବୋର୍ଡର ସଦସ୍ୟ ହେବା ପାଇ
ସୁପ୍ରିମକୋର୍ଟ ୱକ୍ଫ (ସଂଶୋଧନ) ଆଇନ 2025 ର କିଛି ବ୍ୟବସ୍ଥା ଉପରେ ରୋକ ​​ଲଗାଇଛନ୍ତି


ନୂଆଦିଲ୍ଲୀ 15ସେପ୍ଟେମ୍ବର (ହି.ସ)- ଉଚ୍ଚତମ ନ୍ୟାୟାଳୟ

ଆଜି ୱାକଫ (ସଂଶୋଧନ) ଆଇନ 2025 ର ବୈଧତାକୁ ଚ୍ୟାଲେଞ୍ଜ କରି ଆଗତ ଏକ ଆବେଦନ ଉପରେ

ଆଜି ସୁପ୍ରିମକୋର୍ଟ ତାଙ୍କର ରାୟ ଶୁଣାଇଛନ୍ତି। କୋର୍ଟ କିଛି ବ୍ୟବସ୍ଥା ଉପରେ ରୋକ

​​ଲଗାଇଛନ୍ତି।ୱାକଫ ବୋର୍ଡର ସଦସ୍ୟ ହେବା ପାଇଁ ଅତି କମରେ ପାଞ୍ଚ ବର୍ଷ ପାଇଁ

ଇସଲାମ ପାଳନ କରିବାର ସର୍ତ୍ତ ରଖିଥିବା ବ୍ୟବସ୍ଥା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି।

କୋର୍ଟ କହିଛନ୍ତି ଯେ ଏହି ସମ୍ବନ୍ଧରେ ଉପଯୁକ୍ତ ନିୟମ ପ୍ରଣୟନ ନହେବା ପର୍ଯ୍ୟନ୍ତ ଏହି

ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିବ ନାହିଁ।ସୁପ୍ରିମ କୋର୍ଟ ଆଇନର ଧାରା 3 (74) ସହିତ ଜଡିତ ରାଜସ୍ୱ

ରେକର୍ଡ ବ୍ୟବସ୍ଥା ଉପରେ ମଧ୍ୟ ରୋକ ଲଗାଇଛନ୍ତି। କୋର୍ଟ କହିଛନ୍ତି ଯେ ଏହି ସମ୍ପର୍କରେ ଯେପର୍ଯ୍ୟନ୍ତ ମନୋନୀତ ଅଧିକାରୀଙ୍କ ତଦନ୍ତ ଉପରେ

ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ସେପର୍ଯ୍ୟନ୍ତ ୱାକଫକୁ ଏହାର ସମ୍ପତ୍ତିରୁ ଉଚ୍ଛେଦ

କରାଯାଇପାରିବ ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande