ଜୟନ୍ତିଗିରି ସରପଞ୍ଚଙ୍କ ଅନାସ୍ଥା ପ୍ରସ୍ତାବକୁ ପ୍ରଶାସନର ଅବହେଳା
ଜୟପୁର, ୧୯ ସେପ୍ଟେମ୍ବର (ହି.ସ.)- ଜୟପୁର ସରପଞ୍ଚଙ୍କ ଅନାସ୍ଥା ପ୍ରସ୍ତାବକୁ ପ୍ରଶାସନ ଅବହେଳା କରୁଥିବା ନେଇ ଉପ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଉପ ଜିଲାପାଳଙ୍କ ଅନୁପସ୍ଥିତିରେ ନାଏବ ସରପଞ୍ଚ ବିମଳା ଭୁମିଆ ଆଜି ଡେପୁଟି କଲେକ୍ଟର ନମ୍ରତା ଗତିଆଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଗତ ୨୫ା
ଜୟନ୍ତିଗିରି ସରପଞ୍ଚ ଙ୍କ ଅନାସ୍ଥା ପ୍ରସ୍ତାବକୁ ପ୍ରଶାସନର ଅବହେଳା


ଜୟପୁର, ୧୯ ସେପ୍ଟେମ୍ବର (ହି.ସ.)- ଜୟପୁର ସରପଞ୍ଚଙ୍କ ଅନାସ୍ଥା ପ୍ରସ୍ତାବକୁ ପ୍ରଶାସନ ଅବହେଳା କରୁଥିବା ନେଇ ଉପ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଉପ ଜିଲାପାଳଙ୍କ ଅନୁପସ୍ଥିତିରେ ନାଏବ ସରପଞ୍ଚ ବିମଳା ଭୁମିଆ ଆଜି ଡେପୁଟି କଲେକ୍ଟର ନମ୍ରତା ଗତିଆଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଗତ ୨୫ା୬ା୨୫ ତାରିଖରେ ଅନାସ୍ଥା ପ୍ରସ୍ତାବ ସକାଶେ ଆବେଦନ କରିଥିଲୁ । ବିସ୍ଥାପିତ, ଉପେକ୍ଷିତ ଏବଂ ଅବହେଳିତ ପଞ୍ଚାୟତ ବାସିଙ୍କ ନିର୍ଦ୍ଦେଶରେ ୱାର୍ଡ ମେମ୍ବର ମାନଙ୍କ ଜରିଆରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଅବହେଳା କରାଯାଇଛି । ତିନି ମାସ ହୋଇଗଲା କିନ୍ତୁ ଓାର୍ଡ ମେମ୍ବର ମାନଙ୍କୁ ନ୍ୟାୟ ମିଳିଲା ନାହିଁ । ତେଣୁ ପ୍ରଶାସନ ଜୟନ୍ତିଗିରି ସରପଞ୍ଚଙ୍କ ବିରୁଦ୍ଧରେ ପଦକ୍ଷେପ ନନେଲେ ଜନ ସାଧାରଣଙ୍କ ସମର୍ଥନରେ ଆମରଣ ଅନଶନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande