ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ଆଡମିଶନ ନେଇ ସ୍ୱତନ୍ତ୍ର ଶିବିର
ମାଲକାନଗିରି, ୧୯ ସେପ୍ଟେମ୍ବର (ହି.ସ.) - ଆଜି ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ମାଲକାନଗିରି ବ୍ଲକ ଅନ୍ତର୍ଗତ ପଦ୍ମଗିରି ପଂଚାୟତର ତଳସାହି ପ୍ରାଥମିକ ବିଦ୍ୟାଳୟ ରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ର ଏକ ସ୍ତ୍ୱତନ୍ତ୍ର ଶିବିର କରାଯାଇଥିଲା । ଏଥିରେ ଅଧାରୁ ପାଠ ଛାଡିଥିବା ପିଲାମାନଙ
ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ଆଡମିଶନ


ମାଲକାନଗିରି, ୧୯ ସେପ୍ଟେମ୍ବର (ହି.ସ.) - ଆଜି ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ମାଲକାନଗିରି ବ୍ଲକ ଅନ୍ତର୍ଗତ ପଦ୍ମଗିରି ପଂଚାୟତର ତଳସାହି ପ୍ରାଥମିକ ବିଦ୍ୟାଳୟ ରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ର ଏକ ସ୍ତ୍ୱତନ୍ତ୍ର ଶିବିର କରାଯାଇଥିଲା । ଏଥିରେ ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ରେ ଆଡମିଶନ କରାଯାଇଥିଲା । ଏହି ଶିବିରରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଅଭିଭାବକ ଓ ଶିକ୍ଷକ ମାନେ ଯୋଗ ଦେଇଥିଲେ ଏବଂ ୬୦ ଜଣ ଛାତ୍ର ଛାତ୍ରୀ ଆଡିମିଶନ କରିଥିଲେ। କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଚିତରଞ୍ଜନ ପାଣିଗ୍ରାହୀ ଓ ସମ୍ମାନୀତ ଅତିଥି ମଞ୍ଜୁଲତା ଭୋଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଧାରୁ ପାଠ ଛାଡିଥିବା ପିଲା ଓ ଅଭିଭାବକ ମାନଙ୍କୁ ପୁଣିଥରେ କିପରି ପିଲାମାନେ ବିଦ୍ୟାଳୟରେ ପାଠ ପଢ଼ିବେ, ଅଭିଭାବକ ମାନେ କିପରି ସେଥିପ୍ରତି ଯତ୍ନବାନ ହେବେ ବୁଝାଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଗୌରାଙ୍ଗ ସଜନ ଶିବିର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ । ମୁକ୍ତ ବିଦ୍ୟାଳୟ ର ଜିଲ୍ଲା ସଂଯୋଜକ ସନ୍ଦୀପ ଦାସ ମୁକ୍ତ ବିଦ୍ୟାଳୟ ରେ ଥିବା ବିଭିନ୍ନ ସୁବିଧା ସୁଯୋଗ ଓ ନିୟମ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ଯୋଜନା ସଂଯୋଜିକା ବିଜୟ ଲକ୍ଷ୍ମୀ ଚୌଧୁରୀ, ପିରାମଲ ଫାଉଣ୍ଡେସନ ର ସଦସ୍ୟ ବିକାଶ କୁମାର ଗୁପ୍ତା, ବ୍ଲକ ମୁକ୍ତ ବିଦ୍ୟାଳୟ ସଂଯୋଜକ ବିଷ୍ଣୁ ପ୍ରସାଦ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଆଡିମିଶନ କରିବାକୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମକୁ ସିଆରସିସି ଜିତେନ୍ଦ୍ର ତ୍ରିପାଠୀ, ସରୋଜ ସାହୁ, ଜନାର୍ଦ୍ଧନ ତାଣ୍ଡି ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande