କ୍ରୀଡା କୋଟାରେ ନିଯୁକ୍ତି ପାଇଛନ୍ତି ୧୯୨ ଜଣ ଖେଳାଳୀ
ଭୁବନେଶ୍ୱର,୧୯ ସେପ୍ଟେମ୍ବର(ହି.ସ)- ରାଜ୍ୟରେ ବର୍ତମାନ ସୁଦ୍ଧା ୧୯୨ ଜଣ କ୍ରୀଡାବିତ ଖେଳ କୋଟାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ ବିଭାଗ ଓ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି । ନିଯୁକ୍ତି ପାଇବାପାଇଁ ଆଉ ୯୨ଜଣ କ୍ରୀଡାବିତ ଆବେଦନ କରି ଅପେକ୍ଷାରେ ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡା ଓ ଯୁବବ୍ୟାପା
କ୍ରୀଡା କୋଟାରେ ନିଯୁକ୍ତି ପାଇଛନ୍ତି ୧୯୨ ଜଣ ଖେଳାଳୀ


ଭୁବନେଶ୍ୱର,୧୯ ସେପ୍ଟେମ୍ବର(ହି.ସ)- ରାଜ୍ୟରେ ବର୍ତମାନ ସୁଦ୍ଧା ୧୯୨ ଜଣ କ୍ରୀଡାବିତ ଖେଳ କୋଟାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ ବିଭାଗ ଓ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି । ନିଯୁକ୍ତି ପାଇବାପାଇଁ ଆଉ ୯୨ଜଣ କ୍ରୀଡାବିତ ଆବେଦନ କରି ଅପେକ୍ଷାରେ ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

କ୍ରୀଡା କୋଟାରେ କ୍ରୀଡାବିତମାନଙ୍କ ନିଯୁକ୍ତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ରାଜ୍ୟ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ବିଗତ ୫ବର୍ଷରେ ୧୯୨ ଜଣ କ୍ରୀଡାବିତଙ୍କୁ ରାଜ୍ୟ ସରକାରୀ ବିଭାଗ ଓ ଉଦ୍ୟୋଗଗୁଡିକରେ ନିଯୁକ୍ତି ପ୍ରଦାନ କରାଯାଇଛି । ନିଯୁକ୍ତି ପାଇଥିବା କ୍ରୀଡାବିତମାନଙ୍କ ମଧ୍ୟରେ ତୀରନ୍ଦାଜ ପୂର୍ଣ୍ଣିମା ହେମ୍ବ୍ରମ, ହକି ଖେଳାଳି ଲିଲିମା ମିଞ୍ଜ, ରଶ୍ମିତା ମିଞ୍ଜ ଓ ନୀଲମ ସଞ୍ଜିବ ସେସ, ଜଳ କ୍ରୀଡାବିତ ସୁମିତ୍ରା ମଲ୍ଲିକ ପ୍ରମୁଖ ରହିଛନ୍ତି । ଏମାନଙ୍କ ସହିତ ଫୁଟବଲ, କ୍ରିକେଟ, କରାଟେ, ଟାକୋଣ୍ଡ, ଦୃଷ୍ଟିହୀନ ଚେସ. ପାରା ଆଥଲେଟ, ଭାରଉତ୍ତୋଳନ ଆଦିରେ ସଫଳ କ୍ରୀଡାବିତମାନଙ୍କୁ ନିଯୁକ୍ତି ମିଳିଛି । ନୂତନ ଭାବେ ନିଯୁକ୍ତି ପାଇବାପାଇଁ ୯୨ଜଣ କ୍ରୀଡାବିତ ଆବେଦନ କରିଛନ୍ତି ଏବଂ ସେମାନଙ୍କ ଦରଖାସ୍ତଗୁଡିକର ଯାଞ୍ଚ ଚାଲିଛି । ଯାଞ୍ଚ ସରିବାପରେ ନିୟମ ଅନୁଯାୟୀ ଯୋଗ୍ୟ କ୍ରୀଡାବିତମାନଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande