ବାବା ବୁଢ଼ା ଗଣେଶ ପୂଜା କମିଟି ପକ୍ଷରୁ ‘ବନ୍ଧୁ ମିଳନ’
ଭଦ୍ରକ, ୧୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ପୌରାଂଚଳ ସଦାବର୍ତ ମଠ ପ୍ରାଙ୍ଗଣରେ ବାବା ବୁଢ଼ା ଗଣେଶ ପୂଜା କମିଟି ଦ୍ୱାରା ‘ବନ୍ଧୁ ମିଳନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସ
BABA BUDHA GANESH PUJA COMMITTEE BANDHU MILAN


ଭଦ୍ରକ, ୧୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ପୌରାଂଚଳ ସଦାବର୍ତ ମଠ ପ୍ରାଙ୍ଗଣରେ ବାବା ବୁଢ଼ା ଗଣେଶ ପୂଜା କମିଟି ଦ୍ୱାରା ‘ବନ୍ଧୁ ମିଳନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କି ହବିବ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ସହ ବିଭିନ୍ନ ସରକାରୀ ପଦାଧିକାରୀ, ବୁଦ୍ଧିଜୀବୀ ଓ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିବର୍ଗ ଯୋଗଦେଇ ବାବା ବୁଢ଼ା ଗଣେଶଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ବହୁ ବର୍ଷ ଧରି ଏହି ପରମ୍ପରାକୁ ଜାରି ରଖିଥିବା ବାବା ବୁଢ଼ା ଗଣେଶ ପୂଜା କମିଟି, ପୁରୁଣାବଜାରର ଭାଇଚାରା, ସାମ୍ପ୍ରଦାୟିକ ସହଯୋଗ ଓ ଏକତାର ଅଦ୍ଭୁତ ପ୍ରତୀକ ବୋଲି କହିବା ସହ ଅତିଥିମାନେ କମିଟିର ସାମାଜିକ ପ୍ରୟାସକୁ ସ୍ୱାଗତ କରି ଶୁଭକାମନା ଓ ଶୁଭେଚ୍ଛା ଜଣାଇଥିଲେ। ଏହିପରି ପବିତ୍ର ପରମ୍ପରା ଆମର ସମାଜକୁ ସଦା ଏକତା, ସହଯୋଗ ଓ ପ୍ରଗତିର ପଥରେ ଆଗୁଆ କରିବ ବୋଲି କହିଥିଲେ। ଏହି ଅବସରରେ କେତେକ ବିଶିଷ୍ଟ ବ୍ୟକ୍ତି ଓ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande