ଭଦ୍ରକ, ୧୯ ସେପ୍ଟେମ୍ବର (ହି.ସ.) - ଗତକାଲି ରାତିରେ ଭଦ୍ରକ ଗ୍ରାମାଂଚଳ ଥାନା ଅଧିନସ୍ଥ ବିଶାଣୀ ଖରିଦା ଗ୍ରାମରେ ନିଜର ପତିଆରା଼ ପ୍ରଦର୍ଶନକୁ ନେଇ ଜଣେ ଯୁବକ ବୋମା ମାଡ଼ କରିଛି। ଏହି ଘଟଣାରେ ଗ୍ରାମାଂଚଳ ପୋଲିସ ସମ୍ପୃକ୍ତ ଯୁବକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।ଉକ୍ତ ଗ୍ରାମରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଲକ୍ଷ୍ୟରେ ଯୁବକ ଜଣକ ଏଭଳି କାଣ୍ଡ କରିଥିବା ବିଷୟ ପୋଲିସ କହିଛି। ଏବଂ ସେ ସୁତୁଲି ତିଆରି ବମ ପକାଇଥିବା ବିଷୟ ଗଣମାଧମକୁ ସୂଚନା ଦେଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ