ସୁରଜ ହୋଟେଲରୁ ଚୋରି
ଜୟପୁର, ୧୯ ସେପ୍ଟେମ୍ବର (ହି.ସ.) - ଜୟପୁର ଟାଉନଥାନାରୁ ୫୦ ମିଟରରେ ଥିବା ସୁରଜ ହୋଟେଲରୁ ଗତକାଲି ରାତି ହୋଟେଲର ରସ ସାମଗ୍ରୀ ଚୋରି ହୋଇଥିବା ନେଇ ଟାଉନଥାନାରେ ଅଭିଯୋଗ ହୋଇଛି। ଗତକାଲି ରାତି ହୋଟେଲ ମାଲିକ ସୁରଜ କୁମାର ଦୋକାନ ବନ୍ଦ କରି ଯାଇଥିଲେ। ସକାଳୁ ଆସିବା ବେଳେ ସେ ହୋଟେଲର ପଛପଟ କବାଟ କାଟି ଦ
ସୁରଜ ହୋଟେଲରୁ ଚୋରି


ଜୟପୁର, ୧୯ ସେପ୍ଟେମ୍ବର (ହି.ସ.) - ଜୟପୁର ଟାଉନଥାନାରୁ ୫୦ ମିଟରରେ ଥିବା ସୁରଜ ହୋଟେଲରୁ ଗତକାଲି ରାତି ହୋଟେଲର ରସ ସାମଗ୍ରୀ ଚୋରି ହୋଇଥିବା ନେଇ ଟାଉନଥାନାରେ ଅଭିଯୋଗ ହୋଇଛି। ଗତକାଲି ରାତି ହୋଟେଲ ମାଲିକ ସୁରଜ କୁମାର ଦୋକାନ ବନ୍ଦ କରି ଯାଇଥିଲେ। ସକାଳୁ ଆସିବା ବେଳେ ସେ ହୋଟେଲର ପଛପଟ କବାଟ କାଟି ଦୁର୍ବୁତମାନେ ପ୍ରେସର କୁକର, ରସ ଡେକଚି, ହଣ୍ଡା ଆଦି ଚୋରି କରି ନେଇଥିବା ଦେଖିବାକୁ ପାଇଥିଲେ। ଚାରିପଟେ ଖୋଜାଖୋଜି କରିବା ପରେ ପୁରାତନ ସରକାରୀ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଘର ଭିତରେ ସମସ୍ତ ସାମଗ୍ରୀ ଗୁଡିକ ଥିବା ଦେଖିବାକୁ ପାଇଲେ। କିଛି ସାମଗ୍ରୀ ଅନ୍ୟ ସାମଗ୍ରୀ ଗୁଡିକ ଚୋରି ହୋଇଥିବା ସୁରଜ କୁମାର ପ୍ରକାଶ କରିଛନ୍ତି। ଠିକ ୮ ଦିନ ପୂର୍ବରୁ ମଧ୍ୟ ଏହିପରି ଚୋରି ହୋଇଥିବା ନେଇ ଟାଉନଥାନାରେ ଅଭିଯୋଗ ଦେଇଥିଲେ ମଧ୍ୟ ଆଜି ସୁଦ୍ଧା କିଛି ସୁଫଳ ମିଳିନାହିଁ।

ପୁଲିସ ଷ୍ଟେସନ ନିକଟରେ ପୁରାତନ ସରକାରୀ ବସଷ୍ଟାଣ୍‌ତ ଖୋଲା ମେଲା ହୋଇ ରହିଥିବା ଯୋଗୁଁ ସେଠାରେ ରାତି ହେଲେ ଅନେକ ଅସାମାଜିକ କାମ ହେଉଛି। ଏବପ୍ସ ଚୋର ମାନେ ଚୋରି ପାଇଁ ଯୋଜନା ମଧ୍ୟ କରୁଛନ୍ତି। ପୁଲିସର ନାକ ତଳେ ଚୋର ହେଉଥିବା ବେଳେ ପୁଲିସ କେବଳ ଟ୍ରାଫିକ ସଜାଡିବାରେ ବ୍ୟସ୍ତ ରହୁଥିବା ବେଳେ ଚୋର ଦଳକୁ ଧରିବାରେ ଅସଫଳ ହେଉଛନ୍ତି। ନିୟମିତ ଭାବେ ରାତ୍ରି ପେଟ୍ରୋଲିଂକୁ କଡାକଡି କଲେ ଚୋରଙ୍କ ସଂଖ୍ୟା କମିବ। କେବଳ ପୁଲିସ ପବ୍ଲିକ ବୈଠକ କରି ଲୋକଙ୍କ ଉପରେ ସମସ୍ତ ଦାୟୀତ୍ୱ ଦେଇଦେଲେ ହେବ ନାହିଁ ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande