କବିତା କ୍ରିଏସନ ଶୁଭାରମ୍ଭ ଉତ୍ସବ
ଜୟପୁର, ୧୯ ସେପ୍ଟେମ୍ବର (ହି.ସ.) - ଜୟପୁର ସହରରେ ନୂତନ ଭାବେ କବିତା କ୍ରିଏସନ ନାମରେ ଏକ ପ୍ରଜୋଜକ ସଂସ୍ଥାର ଶୁଭାରମ୍ଭ ସହ ଲୋକାର୍ପଣ ଉତ୍ସବ ସ୍ଥାନୀୟ ମାଦଳା ସାହିସ୍ଥିତ ଏକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ସଂସ୍ଥାର ପ୍ରଥମ ପ୍ରଜଜିତ ଓଡିଆ ସିନେମା ଭଉଁରିର ଖେଳ ନାମକ ଏକ ଓଡିଆ ସିନେମ
କବିତା କ୍ରିଏସନ ଶୁଭାରମ୍ଭ ଉତ୍ସବ


ଜୟପୁର, ୧୯ ସେପ୍ଟେମ୍ବର (ହି.ସ.) - ଜୟପୁର ସହରରେ ନୂତନ ଭାବେ କବିତା କ୍ରିଏସନ ନାମରେ ଏକ ପ୍ରଜୋଜକ ସଂସ୍ଥାର ଶୁଭାରମ୍ଭ ସହ ଲୋକାର୍ପଣ ଉତ୍ସବ ସ୍ଥାନୀୟ ମାଦଳା ସାହିସ୍ଥିତ ଏକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ସଂସ୍ଥାର ପ୍ରଥମ ପ୍ରଜଜିତ ଓଡିଆ ସିନେମା ଭଉଁରିର ଖେଳ ନାମକ ଏକ ଓଡିଆ ସିନେମ ଅତିଶିଘ୍ର ମୁକ୍ତିଲାଭ କରିବ । ଏଥିରେ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷାବିତ ବିନୋଦିନୀ ସାନ୍ତ୍ରାପାତ୍ର, ବ୍ୟବସାୟୀ ସୁବାଶ ରାଉତ, ବିଶିଷ୍ଟ ନାଟ୍ୟକାର ଗୋବିନ୍ଦ ସାହୁ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମନୋଜ ପାତ୍ର ପରିଚାଳନା କରିଥିଲେବା ବେଳେ ଏହି ସଂସ୍ଥାର ମୁଖ୍ୟ କାଳୀ ପ୍ରସାଦ ମିଶ୍ର ନିଜ ଦିବଂଗତ ପତ୍ନୀଙ୍କ ସ୍ମୃତିରେ ଏହି ପ୍ରଜଜୋକ ସଂସ୍ଥାକୁ ଶୁଭାରମ୍ଭ କରିଛନ୍ତି । ଏହି ସିନେମାର କାହାଣୀ, ଦୃଶ୍ୟପଟ, ନିର୍ଦ୍ଦେଶନା ସନ୍ତୋଷ କୁମାର ଦାଶ ପ୍ରଜଜକ ବସନ୍ତ କୁମାର ଭଟ୍ଟ, କ୍ୟାମେରା ନିର୍ଦ୍ଦେଶକ ଇଂ. ବ୍ୟମୋକେଶ ଭୈରବ ମହାନ୍ତି, ସଂଗୀତ – ସ୍ୱର୍ଗତ ନିହାର ରଞ୍ଜନ ମହାନ୍ତି. ଗୀତ ରଚନା– ଧିରେନ ପଟ୍ଟନାୟକ ଏବଂ କାଳୀ ପ୍ରସାଦ ମିଶ୍ର ରହିଛନ୍ତ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande