ଭଦ୍ରକ, ୧୯ ସେପ୍ଟେମ୍ବର (ହି.ସ.) - ରାଜ୍ୟସରକାର ଙ୍କ ପର୍ଯ୍ୟଟନସ୍ଥଳୀ ରେ ମାନ୍ୟତା ପାଇଥିବା ସହିଦନଗର ରେ ଲୁଣିଆ ଗୁଳିକାଣ୍ଡ ସ୍ମାରକୀ ସହିଦ ସ୍ତମ୍ବ କୁ ରାସ୍ତା ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସେପ୍େଟମ୍ବର ୨୨ ରେ ସହିଦ ଦିବସ ହଜାର ହଜାର ଲୋକ ଙ୍କ ସମାଗମ ହେବ ହେଲେ ରାସ୍ତା ର ଅବସ୍ଥା କହିଲେ ନସରେ। ଉକ୍ତ ରାସ୍ତା ଉପରେ ପ୍ରାୟ ୧୦ ଟି ପଂଚାୟତ ଲୋକ ମାନେ ନିର୍ଭର କରିଥାନ୍ତି। ଏପରି କି ତିହିଡ଼ି ବ୍ଲକ ର ୫ ଟି ପଂଚାୟତ ର ଜନସାଧାରଣ ମଧ୍ୟ ଉକ୍ତ ରାସ୍ତା ଉପରେ ନିର୍ଭର କରନ୍ତି।ଏହି ରାସ୍ତା ଦେଇ ଭଦ୍ରକ ଓ ଭୁବନେଶ୍ୱର , କଟକ କୁ ଯାଇ ଥାଆନ୍ତି।ଉକ୍ତ ରାସ୍ତା ଦେଇ ଛାତ୍ର ଛାତ୍ରୀ ମାନେ ବିଭିନ୍ନ କଲେଜ ଓ ସ୍କୁଲ କୁ ଯାଇ ଥାଆନ୍ତି।ଦୈନିକ ସହ ସହ ଲୋକ ଓ ଗାଡି ମଟର ଯାତାୟାତ କରିଥାଏ ।ଏପରି କି ସହିଦନଗର ଠାରେ ଐତିହାସିକ ଲୁଣିଆ ଗୁଳିକାଣ୍ଡ ର ୯ ଜଣ ଶହିଦ ଙ୍କ ସ୍ମୁତି ଦିବସ ଚଳିତ ମାସ ୨୨ ତାରିଖ ରେ ଅନୁଷ୍ଠିତ ହେବ ଜିଲ୍ଲା ପ୍ରଶାସନ ଠାରୁ ରାଜ୍ୟ ମନ୍ତ୍ରିମଣ୍ଡଳର ଅନେକ ନେତାମନ୍ତ୍ରୀ ଓ ଜନସାଧାରଣ ଉକ୍ତ ରାସ୍ତା ଦେଇ ଯିବାଆସିବା କରିବେ। ହେଲେ ରାସ୍ତା ର ଅବସ୍ଥା କହିଲେ ନ ସରେ, ରାସ୍ତା ସାରା ଖାଲ ଓ ଗେଟି ରେ ଗାଡି ମଟର ଯିବା ରେ ବ୍ୟାଘାତ ଘଟୁଛି। ଲୋକ ମାନେ ବି ଯିବା ଆସିବାରେ ହଇରାଣ ହେଉଛନ୍ତି।ଅନେକ ସମୟରେ ଦୃଘଟଣା ରେ ଶିକାର ହେଉଛନ୍ତି । ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ