ସ୍ୱସ୍ତ ନାରୀ ସଶକ୍ତ ପରିବାର ପାଇଁ ମେଗା ମହିଳା ଶିବିର ଅନୁଷ୍ଠିତ
ବଲାଙ୍ଗିର, 19 ସେପ୍ଟେମ୍ବର (ହି.ସ.), ଭାରତ ସରକାର ଙ୍କ ନିର୍ଦ୍ଧେଶନାମା କ୍ରମେ ସୁସ୍ଥ ନାରୀ ସଶକ୍ତ ପରିବାର ପାଇଁ ଏକ ମେଗା ମହିଳା ସ୍ୱାସ୍ଥ୍ୟ ଶିବିର ବଲାଙ୍ଗିର ସ୍ଥାନୀୟ ଶାସ୍ତ୍ରୀ ନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି ଏହି ଶିବିର କୁ ବଲାଙ୍ଗି
ସ୍ୱସ୍ତ ନାରୀ ସଶକ୍ତ ପରିବାର ପାଇଁ ମେଗା ମହିଳା ଶିବିର ଅନୁଷ୍ଠିତ


ସ୍ୱସ୍ତ ନାରୀ ସଶକ୍ତ ପରିବାର ପାଇଁ ମେଗା ମହିଳା ଶିବିର ଅନୁଷ୍ଠିତ


ସ୍ୱସ୍ତ ନାରୀ ସଶକ୍ତ ପରିବାର ପାଇଁ ମେଗା ମହିଳା ଶିବିର ଅନୁଷ୍ଠିତ


ସ୍ୱସ୍ତ ନାରୀ ସଶକ୍ତ ପରିବାର ପାଇଁ ମେଗା ମହିଳା ଶିବିର ଅନୁଷ୍ଠିତ


ସ୍ୱସ୍ତ ନାରୀ ସଶକ୍ତ ପରିବାର ପାଇଁ ମେଗା ମହିଳା ଶିବିର ଅନୁଷ୍ଠିତ


ବଲାଙ୍ଗିର, 19 ସେପ୍ଟେମ୍ବର (ହି.ସ.), ଭାରତ ସରକାର ଙ୍କ ନିର୍ଦ୍ଧେଶନାମା କ୍ରମେ ସୁସ୍ଥ ନାରୀ ସଶକ୍ତ ପରିବାର ପାଇଁ ଏକ ମେଗା ମହିଳା ସ୍ୱାସ୍ଥ୍ୟ ଶିବିର ବଲାଙ୍ଗିର ସ୍ଥାନୀୟ ଶାସ୍ତ୍ରୀ ନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି

ଏହି ଶିବିର କୁ ବଲାଙ୍ଗିର ଜିଲ୍ଲା ନଗର ପାଳିକା ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅନ୍ତର୍ଗତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଦିବ୍ୟ କିଶୋର ପତି, ଡ଼ା ନମିତା ମିଶ୍ର, ଶ୍ରୀ ରାମାନୁଜ ପଣ୍ଡା (ଏ. ପି. ଏମ. ସ୍ୱାସ୍ଥ୍ୟ), ପ୍ରଦୀପ ନାଗ (ପି.ଏଚ. ଏମ. ସ୍ୱାସ୍ଥ୍ୟ) ଯୋଗଦାନ କରିଥିବାବେଳେ ଉକ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନ ର ଚେୟାରମ୍ୟାନ ଓ ନିର୍ଦ୍ଧେଶକ ଶ୍ରୀ ରବି ରଞ୍ଜନ ପୂଜାରୀ, ଶ୍ରୀ ସତ୍ୟ ରଞ୍ଜନ ମିଶ୍ର ସମସ୍ତ ଶିବିର କୁ ପରିଚାଳନା କରିଥିଲେ l

ଏଥିରେ ବଲାଙ୍ଗୀର ଜିଲ୍ଲା ଚିକିତ୍ସାନୁଷ୍ଠାନ ପକ୍ଷରୁ ଅଭିଜ୍ଞ୍ୟ ଚିକିତ୍ସକ ସମୂହ ଯଥା ଶିଶୁ ବିଶେଷଜ୍ଞ୍ୟ ଡ଼ା. ସରୋଜ ତିଆଡ଼ି, ଚର୍ମ ବିଶେଷଜ୍ଞ୍ୟ ଡ଼ା ତୁଷାର ରଞ୍ଜନ ଠାକୁର, ଡ଼ା ଉଷାରାଣୀ ଦାସ ଚକ୍ଷୁ ବିଶେଷଜ୍ଞ୍ୟ, ଡ଼ା ନିହାର ରଞ୍ଜନ ବହିଦାର ମେଡିକାଲ ଅଫିସର (ୟୁ. ପି.ଏଚ. ସି),ଡ଼ା ଗୀତା ପାଢ଼ୀ ଦାନ୍ତ ଚିକିତ୍ସକ, ମାନସିକ ରୋଗ ନିରୀକ୍ଷଣ ଓ ଟିମ ଇତ୍ୟାଦି ଯୋଗଦାନ କରି ପ୍ରାୟ ୨୫୦ ଜଣ ମହିଳା ଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ରେ ନିଜକୁ ନିୟୋଜିତ କରିଥିବାବେଳେ ପ୍ରାୟ ୪୦ ଜଣ ମହିଳା ଙ୍କୁ ଉଚ୍ଚ ଚିକିତ୍ସା ପାଇଁ ପରାମର୍ଶ ପ୍ରଦାନ କରିଥିଲେ l

ଉପରୋକ୍ତ ମହିଳା ସ୍ୱାସ୍ଥ୍ୟ ଶିବିର କୁ ନେସନାଲ ପିସ ୟୁନିସନ ତରଫରୁ ସୁ ଆୟୋଜନ କରାଯାଇଥିବାବେଳେ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ ସଭ୍ୟ ସଭ୍ୟା ଯଥା ମାମି ସିଂଦେଓ, ସୋନାଲି କୁମାର,ଲିପ୍ସା ସୁନା, ରୋନି ବଗର୍ତ୍ତୀ,ଖୁସିରାମ ସୁନା,ନିକୁଞ୍ଜ ବିହାରୀ ସାହୁ, ମଣିରାମ ବେହେରା, ଦାଶରଥି ପ୍ରଧାନ, ଅଞ୍ଜଳୀ ନାଗ ତଥା ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଆଶା ଓ ଏ. ଏନ. ମ୍ ଦିଦି ଗଣ ଇତ୍ୟାଦି ସ୍ୱାସ୍ଥ୍ୟ ଶିବିର ରେ ଯୋଗଦାନ କରି ନିଜ ର ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିଲେ l

ଭାରତ ସରକାର ଙ୍କ ଏହି ଅନୁନ୍ୟ ସ୍ୱାସ୍ଥ୍ୟ ସେବା ଅଭିଯାନ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସରକାର ଙ୍କୁ ଧନ୍ୟବାଦ ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande