'ମେରା ଯୁବ ଭାରତ' ପକ୍ଷରୁ ମା' ନାମରେ ଗଛ ଟିଏ କାର୍ଯ୍ୟକ୍ରମ
'ମେରା ଯୁବ ଭାରତ' ପକ୍ଷରୁ ମା' ନାମରେ ଗଛ ଟିଏ କାର୍ଯ୍ୟକ୍ରମ
'ମେରା ଯୁବ ଭାରତ' ପକ୍ଷରୁ ମା' ନାମରେ ଗଛ ଟିଏ କାର୍ଯ୍ୟକ୍ରମ


ସମ୍ବଲପୁର, ୧୯ ସେପ୍ଟେମ୍ବର (ହି.ସ.) ମେରା ଯୁବା ଭାରତ ,ସମ୍ବଲପୁର ପକ୍ଷରୁ କୁଚିଣ୍ଡା ସ୍ଥିତ ଆଦିବାସୀ ଭବନର ବଗିଚା ପରିସରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ମା ଙ୍କ ନାମରେ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏହି ଉପଲକ୍ଷେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଙ୍କ ସଭା ପତିତ୍ଵରେ ଆୟୋଜିତ ସଚେତନତା ସଭାରେ ବିଶିଷ୍ଟ ପରିବେଶବିତ ସୁବାସ ଚନ୍ଦ୍ର ନାୟକ ଅତିଥି ଭାବରେ ଯୋଗ ଦେଇ ବିଶ୍ଵ ର ପରିବେଶ ର ସଂରକ୍ଷଣ ପାଇଁ ମା ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀ ଙ୍କ ଯୁଗାନ୍ତ କରି ପଦକ୍ଷେପ ଅଟେ ବୋଲି କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରକୃତି ବନ୍ଧୁ ପଙ୍କ ଜିନି ନାୟକ ଓ ପ୍ରକୃତି ବନ୍ଧୁ ସରୋଜ ମେହେର ଯୋଗ ଦେଇ ବଳମତି ଦେହୁରୀ ନର୍ସିଂ କଲେଜ ଛାତ୍ରୀ ଓ ଅନ୍ୟ ସ୍ଵେଚ୍ଛାସେବୀ ଙ୍କ ସହ ବୃକ୍ଷ ରୋପଣ କରିଥିଲେ । ପ୍ରାୟ ୫୦ ଟି ଫଳ ଚାରା ରୋପଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ କୁ ମନୀନ୍ଦ୍ର ନାଏକ, ସୁବାସ ବାଗ ,ସୀମା ମାଝୀ, ଆଲିମା ବାଘ, ଡେଜି ନାଏକ, ସୋନାଲି ନାଏକ, ଆରତୀ ବାଦି, ସୁନୀତା କୁଜୁର୍, ବର୍ଷ ବାଘ, ଦିପାଞ୍ଜଳି ପଧାନ, ଉର୍ମିଳା ମାଝୀ, ଗିଗୀମା ଶେଠ୍ ପ୍ରମୁଖ ପରିଚାଳନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande