କୁଶଙ୍ଗ କଲେଜରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଅନୁଷ୍ଠିତ
ବଲାଙ୍ଗିର , 19 ସେପ୍ଟେମ୍ବର (ହି.ସ.) ଆଜି ବଲାଙ୍ଗିର ଜିଲ୍ଲାର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗ ଠାରେ ପ୍ରୋଗ୍ରାମ ଅଫିସର ଡ. ଲକ୍ଷ୍ମଣ ମେହେରଙ୍କ ତତ୍ତ୍ୱାବଧାନ। ରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଅନୁଷ୍ଠିତ ହୋଇ ଯାଇଛି l ସେପ୍ଟେମ୍ବର ଏହା ୧୯ ରୁ ୨୫ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ଚାଲିବାକୁ
କୁଶଙ୍ଗ କଲେଜରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଅନୁଷ୍ଠିତ


ବଲାଙ୍ଗିର , 19 ସେପ୍ଟେମ୍ବର (ହି.ସ.)

ଆଜି ବଲାଙ୍ଗିର ଜିଲ୍ଲାର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗ ଠାରେ ପ୍ରୋଗ୍ରାମ ଅଫିସର ଡ. ଲକ୍ଷ୍ମଣ ମେହେରଙ୍କ ତତ୍ତ୍ୱାବଧାନ। ରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଅନୁଷ୍ଠିତ ହୋଇ ଯାଇଛି l ସେପ୍ଟେମ୍ବର ଏହା ୧୯ ରୁ ୨୫ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରରେ ୫୦ଜଣ ସ୍ବେଛାସେବୀ ସାମିଲ ହୋଇ ପୌଷ୍ୟ ଗ୍ରାମ୍ୟ ବୁରୋମୁଣ୍ଡା ଏବଂ କଲେଜକେମ୍ପସର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିବେ l ବୁରୋମୁଣ୍ଡା ଗ୍ରାମରେ ବୃକ୍ଷର ମହତ୍ତ୍ୱ ଓ ପରିବେଶ ସନ୍ତୁଳନ ଉପରେ ସ୍ବେଛାସେବୀମାନେ ଲୋକଙ୍କ ନିକଟକୁ ଯାଇ ସଚେତନ କରିବେ l ଆଜିର କାର୍ଯ୍ୟକ୍ରମରେ ସଂସ୍କୃତ ଅଧ୍ୟାପକ ଅନନ୍ତ କୁମାର ଆର୍ଯ୍ୟ ଅତିଥି ଭାବେ ଯୋଗଦେଇ ପିଲାଙ୍କୁ ଉଦବୋଧନ ରଖିଥିବା ବେଳେ ସ୍ବେଛାସେବୀ ନେତ୍ର ରଞ୍ଜନ ବରିହା ପିଲାଙ୍କୁ ଶୃଙ୍ଖଳିତ ଭାବେ କାମ କରିବା ପାଇଁ ପ୍ରରୋଚନା ଦେଇଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande