ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହେଲା ଶିମିଳିପାଳର ବିରଳ କଳାବାଘ
ଭୁବନେଶ୍ୱର,୧୯ ସେପ୍ଟେମ୍ବର(ହି.ସ)- ବନ୍ୟପ୍ରାଣୀ ସମ୍ପର୍କିତ ଚମତ୍କାର କଥାବସ୍ତୁ ଓ ଚିତାକର୍ଷକ ଚିତ୍ର ପାଇଁ ସାରା ବିଶ୍ୱରେ ବିଶେଷ ଆଦୃତ ଲାଭ କରିଥିବା ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହୋଇଛି ଶିମିଳିପାଳର ବିରଳ କଳାବାଘ । ଦି ଟାଇଗରସ୍ ହୁ ଚେଂ
ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହେଲା ଶିମିଳିପାଳର ବିରଳ କଳାବାଘ


ଭୁବନେଶ୍ୱର,୧୯ ସେପ୍ଟେମ୍ବର(ହି.ସ)- ବନ୍ୟପ୍ରାଣୀ ସମ୍ପର୍କିତ ଚମତ୍କାର କଥାବସ୍ତୁ ଓ ଚିତାକର୍ଷକ ଚିତ୍ର ପାଇଁ ସାରା ବିଶ୍ୱରେ ବିଶେଷ ଆଦୃତ ଲାଭ କରିଥିବା ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହୋଇଛି ଶିମିଳିପାଳର ବିରଳ କଳାବାଘ ।

ଦି ଟାଇଗରସ୍ ହୁ ଚେଂଜଡ୍ ଦେୟାର ଷ୍ଟ୍ରାଇପସ୍ ଶୀର୍ଷକ କାହାଣୀଟି ଶିମିଳିପାଳ ଅଭୟାରଣ୍ୟର ବିରଳ କଳାବାଘ ଏବଂ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଦ୍ୱାରା ବାଘ ସ୍ଥାନାନ୍ତରଣ ପ୍ରକ୍ରିୟା ଉପରେ ପର୍ଯ୍ୟବେସିତ ଅଟେ ।

ନ୍ୟାସନାଲ୍ ଜିଓଗ୍ରାଫିକ୍ ଏକ୍ସପ୍ଲୋରର୍ ଓ ଫଟୋଗ୍ରାଫର୍ ପ୍ରସେନଜିତ ଯାଦବ ଅନେକ ଦିନଧରି ଶିମିଳିପାଳର ଘନ ଜଙ୍ଗଲ ମଧ୍ୟରେ ବାଘମାନଙ୍କର ଗତିବିଧି ଲକ୍ଷ କରିବା ସହ ବିରଳ କଳାବାଘ ଉପରେ ନ୍ୟାସନାଲ୍ ଜିଓଗ୍ରାଫିକର ପ୍ରଚ୍ଛଦପୃଷ୍ଠାରେ ସ୍ଥାନ ପାଇଲା ଭଳି ଏକ ଚମତ୍କାର କାହାଣୀ ରଚନା କରିଛନ୍ତି । କାହାଣୀକୁ ଅଧିକ ଆକର୍ଷଣୀୟ କରିଛି ତାଙ୍କ ଦ୍ୱାରା ଘନ ଜଙ୍ଗଲର ସବୁଜ ବନାନୀ ମଧ୍ୟରେ ଶିଉଳିମୟ ପଥର ଉପରୁ ନିର୍ବାକ ହୋଇ କ୍ୟାମେରାକୁ ଅନେଇରହିଥିବା କଳାବାଘର ପ୍ରଚ୍ଛଦ ପଟର ଚିତ୍ର। ତାଙ୍କୁ ଏହି କାର୍ଯ୍ୟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ସମସ୍ତ ପ୍ରକାର ସହଯୋଗ କରିଛି। ବିଭାଗ ଦ୍ୱାରା ପ୍ରଦତ ସମସ୍ତ ସହଯୋଗ ପାଇଁ ଶ୍ରୀ ଯାଦବ ବିଭାଗ ଏବଂ ସରକାରଙ୍କୁ ସାଧୁବାଦ ଜଣାଇବା ସହ ମୟୁରଭଞ୍ଜର ଶିମିଳିପାଳ ଅଭୟାରଣ୍ୟର ମନଲୋଭା ପ୍ରକୃତି, ଶାନ୍ତ-ସରଳ ଜନସାଧାରଣ ଓ ସର୍ବୋପରି ବିରଳ କଳାବାଘ ତାଙ୍କୁ ଅଭିଭୂତ କରିଛି ବୋଲି ସେ ପ୍ରକାଶ କରିଛନ୍ତି।

ନ୍ୟାସନାଲ୍ ଜିଓଗ୍ରାଫିକ୍ ମାଗାଜିନ ଦ୍ୱାରା ମୟୁରଭଞ୍ଜର ବିରଳ କଳାବାଘଙ୍କ କାହାଣୀ ବିଶ୍ୱର କୋଟି କୋଟି ଲୋକ ପଢିବେ ଏବଂ ଓଡିଶା ଓ ଏହାର ପ୍ରାକୃତିକ ବିଭବ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିବେ । ଅତଏବ, ଏଭଳି ଏକ ବିଶ୍ୱସ୍ତରୀୟ ପତ୍ରିକାରେ ବିରଳ କଳାବାଘଙ୍କ କାହାଣୀ ସ୍ଥାନ ପାଇବା ତାହା ପୁଣି ପ୍ରଚ୍ଛଦପଟରେ, ଓଡିଶା ପାଇଁ କିଛି କମ ଗର୍ବର କଥା ନୁହେଁ । ଓଡିଶା ଏକମାତ୍ର ସ୍ଥାନ ଯେଉଁଠି କଳାବାଘ ଅଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂଖୁଂଟିଆ ପ୍ରକାଶ କରିଛନ୍ତି।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଓଡ଼ିଶାର ସମୃଦ୍ଧ ବନ୍ୟଜନ୍ତୁ, ଜୈବ-ବିବିଧତା ଓ ପ୍ରକୃତିର ସୁରକ୍ଷା ଓ ସମୃଦ୍ଧି ପାଇଁ ନେଉଥିବା ବିବିଧ ସମୟ ଉପଯୋଗୀ ଓ ସକାରାତ୍ମକ ପଦକ୍ଷେପ ସମ୍ପର୍କରେ ଏବେ ସାରା ବିଶ୍ୱ ଜାଣିବାକୁ ପାଇବ ଏବଂ ଓଡିଶା ପର୍ଯ୍ୟଟନ ବିଶେଷ କରି ଶିମିଳିପାଳ ଅଭୟାରଣ୍ୟକୁ ଏକ ନୂଆ ଦିଗନ୍ତ ମିଳିବ ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଂଟିଆ ଆଶାବ୍ୟକ୍ତ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande