ରାଜକନିକା ଥାନା ଅଧିକାରୀଙ୍କ ବହିସ୍କାର ଓ ଦଳିତ ମହିଳାଙ୍କୁ ନ୍ୟାୟ ଦାବିରେ ଆମରଣ ଅନଶନ
Kendrapara, 18 ସେପ୍ଟେମ୍ବର (ହି.ସ.) କେନ୍ଦ୍ରାପଡା-୧୮/୦୯: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନାର ଥାନା ଅଧିକାରୀ ସଂଜୟ ମଲିକଙ୍କ ବହିସ୍କାର ଓ ଦଳିତ ଗରିବ ମହିଳା ଝରଣା ମଲିକଙ୍କୁ ନ୍ୟାୟ ଦାବିରେ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ ହୋଇଛି । ପେଗରପଡା
ରାଜକନିକା ଥାନା ଅଧିକାରୀଙ୍କ ବହିସ୍କାର ଓ ଦଳିତ ମହିଳାଙ୍କୁ ନ୍ୟାୟ ଦାବିରେ ଆମରଣ ଅନଶନ


Kendrapara, 18 ସେପ୍ଟେମ୍ବର (ହି.ସ.)

କେନ୍ଦ୍ରାପଡା-୧୮/୦୯: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନାର ଥାନା ଅଧିକାରୀ ସଂଜୟ ମଲିକଙ୍କ ବହିସ୍କାର ଓ ଦଳିତ ଗରିବ ମହିଳା ଝରଣା ମଲିକଙ୍କୁ ନ୍ୟାୟ ଦାବିରେ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ ହୋଇଛି । ପେଗରପଡା ଗ୍ରା.ପ ର ଶତାଧିକ ମହିଳା ଙ୍କ ସମେତ ସେମାନଙ୍କ ସମର୍ଥକ ମାନେ ଧାରଣା ଦେବା ସହ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ ମୁତାବକ ଥାନା ଅଧିକାରୀ ସଂଜୟ ମଲିକ ରାଜକନିକା ଅଂଚଳରେ ଚୋରା ମଦ ବ୍ୟବସାୟୀ, ବାଲି ମାଫିଆ ମାନଙ୍କୁ ପୃଷ୍ଠ ପୋଶକତା ଦେବା ସହ ଅନୁସୂଚିତ ଜାତିର ଗରିବ ବିଧବା ମହିଳା କେବିନ ପକାଇ ପରିବାର ଚଳାଉଥିବା ଝରଣା ମଲିକଙ୍କୁ ନ୍ୟାନ ପ୍ରଦାନ ନକରି ତାଙ୍କ ଜାଗା ଉପରେ ଜବର ଦଖଲ କରିଥିବା ସୁମନ୍ତ ମଲିକଙ୍କୁ ସହାୟତା ଯୋଗାଇ ଚାଲିଛନ୍ତି । ଏହା ସହ ଗରିବ ମହିଳା ଙ୍କୁ ସହାୟତା କରୁଥିବା ନାରୀନେତ୍ରୀ ସଂନ୍ଧ୍ୟାରାଣୀ ପଲାଇଙ୍କୁ ଥାନା ଭିତରେ ଅଶାଳୀନ ଭାଷା ପ୍ରୟୋଗ କରି ଦୁବ୍ୟବହାର କରିଥିବା ଅଭିଯୋଗ କରାଯାଇଛି । ସେହିଭଳି ଝରଣା ମଲିକଙ୍କ ଦୋକାନ ରୁ ଚୋରୀ ହୋଇଥିବା ବେଳେ ଅଭିଯୁକ୍ତ ସୁମନ୍ତ ମଲିକ ଓ ତାଙ୍କ ବାପା ନିରଞ୍ଜନ ମଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇ ଝରଣା ମଲିକଙ୍କୁ ହଇରାଣ ହରକତ କରାଯାଉ ଥିବା ଧାରଣାକାରୀ ମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ଥାନା ଅଧିକାରୀ ସଂଜୟ ମଲିକଙ୍କୁ ବହିସ୍କାର କରିବା ଓ ଦଳିତ ମହିଳାଙ୍କୁ ନ୍ୟାୟ ଦେବା ଦାବିରେ ଝରଣା ମଲିକ, ମଲି ମଲିକ, ସଂନ୍ଧ୍ୟାରାଣୀ ପଲାଇ, ସରସ୍ୱତୀ ରାଉତ, ଶ୍ୱନୀ ବାରିକ ପ୍ରମୁଖ ଅମରଣ ଅନଶନ ରେ ବସିଥିବା ବେଳେ ତାଙ୍କୁ ସମର୍ଥନ କରି ଶତାଧିକ ମହିଳାଙ୍କ ସମେତ ସୈାମ୍ୟରଂଜନ ପଲାଇ, ଲକ୍ଷ୍ମୀପ୍ରିୟା ନାୟକ, ଜଗବନ୍ଧୁ ନାୟକ, ହେମନ୍ତ ମହାନ୍ତି ଓ ନିରଞ୍ଜ ମଲିକ ପ୍ରମୁଖ ଧାରଣାରେ ବସିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande