ନିଷ୍ଠା ତାଲିମ୍ ଶିବିର ଉଦଯାପିତ
ଜୟପୁର, ୧୯ ସେପ୍ଟେମ୍ବର (ହି.ସ.)- ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ ବିଭିନ୍ନ ପ୍ରକାରର ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ନିଷ୍ଠା ତାଲିମ୍ ଶିବିର ଜୟପୁର ପୈାର ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା l ତା ୧୫.୦୯.୨୦୨୫ ଠାରୁ ଏହି ଶିବି
ନିଷ୍ଠା ତାଲିମ୍ ଶିବିର ଉଦଯାପିତ


ଜୟପୁର, ୧୯ ସେପ୍ଟେମ୍ବର (ହି.ସ.)- ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ ବିଭିନ୍ନ ପ୍ରକାରର ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ନିଷ୍ଠା ତାଲିମ୍ ଶିବିର ଜୟପୁର ପୈାର ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା l ତା ୧୫.୦୯.୨୦୨୫ ଠାରୁ ଏହି ଶିବିର ଆରମ୍ଭ ହୋଇଥିଲା ଓ ଆଜି ଉକ୍ତ ଶିବିର ଉଦଯାପନ କରା ଯାଇଥିଲା ଏଥିରେ ଗୋଟିଏ ବିଭାଗରେ ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ ଗୋଟିଏ ବିଭାଗରେ ୪୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ୍ ନେଇଥିଲେ l ଏହି ୯୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ତାଲିମ ପ୍ରଦାନ କରିବା ନିମନ୍ତେ ୮ ଜଣ ତାଲିମ୍ ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିୟୋଜିତ ହୋଇଥିଲେ l ଉକ୍ତ ଶିବିରରେ ବିକଳାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ କେମିତି ଶିକ୍ଷା କ୍ଷେତ୍ରର ଅଗ୍ରଗତି କରାଇବା ସେ ନେଇ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ୍ ଦିଆଯାଇଥିଲା l ଉଦଯାପନ କର୍ମଶାଳାରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ବାରା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରମାଣ ପତ୍ର ଓ ନିଷ୍ଠା ତାଲିମ୍ ଉପରେ ଆଧାରିତ ପୁସ୍ତକ ପ୍ରଦାନ କରାଯାଇଥିଲା l ମୁଖ୍ୟ ଅତିଥି ଭାବେ ସଂଯୋଜକ ଚନ୍ଦ୍ରକଳା ବଗର୍ତ୍ତି ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସହାୟକ ଶଶୀଭୂଷଣ ଦାଶ୍ , ସହକାରୀ ଗୋଷ୍ଠି ଶିଖାଧିକାରୀ କେ ଗୋପାଳ ଯୋଗଦାନ କରିଥିଲେ lକାର୍ଯ୍ୟକ୍ରମରେ ଜଗନ୍ନାଥ ମୀଶ୍ର, ସର୍ବେଶ୍ଵର ପଟନାୟକ, ଦେବାଶିଷ ପାଳ, ନିଳକଣ୍ଠ ମିଶ୍ର, ଶ୍ରୀମତୀ ସୁଭଶ୍ରୀ ପାତ୍ର, ଶଶ୍ମିତା ପାଢି, ମନୋରଞ୍ଜନ ପଲେଇ, ସୁନିଲ୍ ଦାଶ୍ ପ୍ରମୁଖ ଉପସ୍ଥିତ ଥିଲେ l ପରି ଶେଷରେ ସଂଯୋଜକ ଚନ୍ଦ୍ରକଳା ବଗର୍ତ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande