ଜୟପୁର, ୧୯ ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲା କୁନ୍ଦୁରା ରଞ୍ଚାୟତ ସମିତି ଅଧ୍ୟକ୍ଷା ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ନେଇ ଆଜି ପୁଣି ଜୟପୁର ଉପ ଜିଲାପାଳଙ୍କ କାଯ୍ୟାଳୟରେ ଅଭିଯୋଗ ହୋଇଛି । ଉପ ଜିଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ନମ୍ରତା ଗତିଆଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଗତ ୮ ତାରିଖ ଓ ୩୦ ତାରିଖରେ ଅଭିଯୋଗ କରିଥିଲେ ବି ପ୍ରଶାସନ ତରଫରୁ କିଛି ପଦକ୍ଷେପ ନିଆଯାଇ ନାହିଁ । ଏନେଇ ଆଜି ପୁଣି ଦ୍ୱାରସ୍ଥ ହୋଇଛନ୍ତି । କୁ୍ନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଦସ୍ତଖତ କରିଥିବା ଯୋଗୁଁ ପୁଣି ଅବଗତ କରାଯାଇଛି । ଯଥା ଶିଘ୍ର ଅନାସ୍ଥା ଭୋଟ ସକାଶେ ତାରିଖ ଧାର୍ଯ୍ୟ କରିବା ଲାଗି ଆଦେଶ ପ୍ରଦାନ କରିବା ସଙ୍ଗେ ସଙ୍ଗେ ନୋଟିସ ଜାରି କରିବା ଲାଗି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି । ତାହା ନହେଲେ ଗଣତାନ୍ତ୍ରିକ ଅଧିକାରିକୁ ବଜାୟ ରଖିବା ଲାଗି ଆସନ୍ତା ୨୭ ତାରିଖ ସୁଦ୍ଧା ନୋଟିସ ଜାରି କରାନଗଲେ ୨୯ ତାରିଖ ଠାରୁ ଜୟପୁର ଉପ ଜିଲାପାଳଙ୍କ କାଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦିଆଯାଇଛି । ଜିଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟଙ୍କ ନେତୃତ୍ୱରେ ସମିତି ସଭ୍ୟ ଓ ସରପଞ୍ଚମାନେ ଏକତ୍ରିତ ହୋଇ ଜୟପୁର ଉପ ଜିଲାପାଳଙ୍କ କାଯ୍ୟାଳୟକ ଦ୍ୱାରସ୍ଥ ହୋଇଥିଲେ । ଉକ୍ତ ଅଭିଯୋଗ ପତ୍ର ରେ ଉଲ୍ଲେଖ କରାଯାଇଛି ଅଧ୍ୟକ୍ଷା ମନମୁଖି କାର୍ଯ୍ୟ କରିବା ସହ ଠିକ ସମୟରେ ପଞ୍ଚାୟତ ସମିତି ବୈଠକ ନକରିବା, ସରକାରୀ ନିଦ୍ଦେଶାବଳୀର ଉଲଘଂନ କରିବା, ସମିତି ସଭ୍ୟ, ସଭ୍ୟା, ସରପଞ୍ଚଙ୍କ ଗୋଚରକୁ ନନେଇ ବାର୍ଷିକ କାର୍ଯ୍ୟ ଖସଡା ନିଜ ଇଛା ମୁତାବକ କରିବା, ଗ୍ରାମ ପଞ୍ଚାୟତର କାଯ୍ୟାଳୟ ପରିଦର୍ଶନ ନକରିବା, ଆଦି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି ।
ଦାବିପତ୍ର ପ୍ରଦାନ ସମୟରେ ଉପାଧ୍ୟକ୍ଷ ତରଣି ସେନ ବିଷୋୟୀଙ୍କ ସହ ସରପଞ୍ଚ, ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି