ରାସ୍ତା ମରାମତି ପାଇଁ ଜିଲାପାଳଙ୍କୁ ଭେଟିଲେ ପଣସପଦୀ ଗ୍ରାମବାସୀ
ଭଦ୍ରକ, ୧୯ ସେପ୍ଟେମ୍ବର (ହି.ସ.) - ସ୍ୱାଧୀନତାର ୭୮ ବର୍ଷ ପରେ ଭଦ୍ରକ ବ୍ଲକ୍ ଅନ୍ତର୍ଗତ ପଣସପଦୀର ମୁଖ୍ୟ ରାସ୍ତାର ଶୋଚନୀୟ ଅବସ୍ଥା ସରକାରଙ୍କ ବିକାଶ ଧାରାକୁ ଉପହାସ କରୁଛି। ବହୁଦରଡା ଗ୍ରାମର ୧୦ନଂ ୱାର୍ଡ ପଣସପଦୀ ବସ୍ତିରେ ୭୦ ରୁ ୮୦ ପରିବାର ବସବାସ କରନ୍ତି। ଏଠାରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଶହ
PANASAPADI VILLAGERS MEET COLLECTOR


ଭଦ୍ରକ, ୧୯ ସେପ୍ଟେମ୍ବର (ହି.ସ.) - ସ୍ୱାଧୀନତାର ୭୮ ବର୍ଷ ପରେ ଭଦ୍ରକ ବ୍ଲକ୍ ଅନ୍ତର୍ଗତ ପଣସପଦୀର ମୁଖ୍ୟ ରାସ୍ତାର ଶୋଚନୀୟ ଅବସ୍ଥା ସରକାରଙ୍କ ବିକାଶ ଧାରାକୁ ଉପହାସ କରୁଛି। ବହୁଦରଡା ଗ୍ରାମର ୧୦ନଂ ୱାର୍ଡ ପଣସପଦୀ ବସ୍ତିରେ ୭୦ ରୁ ୮୦ ପରିବାର ବସବାସ କରନ୍ତି। ଏଠାରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଶହେରୁ ଉଦ୍ଦ୍ୱର୍ ପିଲା ପାଠ ପଢନ୍ତି। ଏହି ମୁଖ୍ୟ ରାସ୍ତାଟି ଏଭଳି ଅବସ୍ଥାରେ ଅଛି, ଆଖିରେ ନଦେଖିଲେ ବିଶ୍ୱାସ କରିହେବନାହିଁ। ବର୍ଷାଋତୁରେ ଏହି ମାଟି ରାସ୍ତାର ଅବସ୍ଥା ଆହୁରି ଅଧିକ ଶୋଚନୀୟ ହୋଇପଡେ। ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ଗର୍ଭବତୀ ମହିଳା ରୋଗଶଯ୍ୟାରେ ପଡିଥିବା ବୃଦ୍ଧା/ବୃଦ୍ଧମାନେ ହସ୍‌ପିଟାଲ ଦୁଆର ମୁହଁରେ ପହଂଚିବାକୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ସେହିପରି ଛୋଟ ଛୋଟ ପିଲାମାନେ ବର୍ଷାଦିନେ ରାସ୍ତାରେ ପାଣି କାଦୁଅରେ ଯାଇନପାରି ଶିକ୍ଷାଦାନରୁ ବଂଚିତ ହୁଅନ୍ତି। ରାସ୍ତାର ମରାମତି ଲାଗି ଗ୍ରାମବାସୀଙ୍କ ତରଫରୁ ସଂପୃକ୍ତ ବିଭାଗ ଓ ପ୍ରଶାସନର ଲଗାତର ଭାବେ ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଆଜି ଜିଲାପାଳଙ୍କୁ ଭେଟିବାକୁ ଆସିଥିବା ଗ୍ରାମବାସୀମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ଏହି ଗାଁର ଆଜି ୪୦ ରୁ ଉର୍ଦ୍ଧ୍ୱ ମହିଳା ପୁରୁଷ ଜିଲାପାଳଙ୍କୁ ଭେଟି ମୁଖ୍ୟ ରାସ୍ତାଟିର ତୁରନ୍ତ ମରାମତି ଲାଗି ଜିଲାପାଳଙ୍କୁ ଅଭିଯୋଗ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି। ଅଭିଯୋଗ କରିବାକୁ ଆସିଥିବା ଗ୍ରାମବାସୀମାନେ ହେଲେ ରମେଶ ନାୟକ, କାନ୍ତା ଜେନା, ପଂଚାନନ ସାହୁ, ପାକେଇ କୁମାର ଜେନା, ଧର୍ମେନ୍ଦ୍ର ଜେନା, ତାପସ ଜେନା, ରାଜକିଶୋର ଜେନା ପ୍ରମୁଖ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande