ପାର୍ବଣ ନିମନ୍ତେ ଉପଖଣ୍ଡ ସ୍ତରୀୟ ଶାନ୍ତି କମିଟି ବୈଠକ
ଚମ୍ପୁଆ, ୧୯ ସେପ୍ଟେମ୍ବର (ହି.ସ.) - ଚମ୍ପୁଆ ଉପଖଣ୍ଡ ସ୍ତରୀୟ ଶାନ୍ତି କମିଟି ବୈଠକ ଉପଜିଲାପାଳଙ୍କ ଆବାସୀକ କାର୍ଯ୍ୟାଳୟ କ୍ଷୁଦ୍ର ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଡା ଏଥିରେ ଅଧ୍ୟକ୍ଷତା କରିଥିଲେ । ଚମ୍ପୁଆ ଏସଡିପିଓ ରଶ୍ମିରଞ୍ଜନ ସାହୁ, ତୁରୁମୁଙ୍ଗା ଏସଡି
ପାର୍ବଣ ନିମନ୍ତେ ଉପଖଣ୍ଡ ସ୍ତରୀୟ ଶାନ୍ତି କମିଟି ବୈଠକ


ଚମ୍ପୁଆ, ୧୯ ସେପ୍ଟେମ୍ବର (ହି.ସ.) - ଚମ୍ପୁଆ ଉପଖଣ୍ଡ ସ୍ତରୀୟ ଶାନ୍ତି କମିଟି ବୈଠକ ଉପଜିଲାପାଳଙ୍କ ଆବାସୀକ କାର୍ଯ୍ୟାଳୟ କ୍ଷୁଦ୍ର ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଡା ଏଥିରେ ଅଧ୍ୟକ୍ଷତା କରିଥିଲେ । ଚମ୍ପୁଆ ଏସଡିପିଓ ରଶ୍ମିରଞ୍ଜନ ସାହୁ, ତୁରୁମୁଙ୍ଗା ଏସଡିପିଓ ସୌରଭ ପ୍ରଧାନ, ଚମ୍ପୁଆ ଉପଖଣ୍ଡ ଚିକିତ୍ସା ଅଧୀକ୍ଷକ ଡଃ ଉମାକାନ୍ତ ସାହୁ, ଚମ୍ପୁଆ ଥାନା ଆଇଆଇସି ରମାକାନ୍ତ ମୁଦୁଲି, ଝୁମ୍ପୁରା ଆଇଆଇସି ସମବାରୀ ହାଁସଦା, ବାରିଆ ଥାନା ଆଇଆଇସି ରଞ୍ଜୁହାସିନୀ କୁଲୁ, ଚମ୍ପୁଆ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଚୁନୁ ହାଁସଦା, ଓକିଲ ସଂଘ ସଭାପତି ରମେଶ ପ୍ରଧାନ, ପ୍ରକାଶ କୁଣ୍ଡୁ ପ୍ରମୁଖ ମଂଚାସୀନ ଥିଲେ । ଚମ୍ପୁଆ ଉପଖଣ୍ଡରେ ଅନୁଷ୍ଠିତ ହେଉଥିବା ଆଗାମୀ ପର୍ବପର୍ବାଣୀ ତଥା ପାର୍ବଣ ଋତୁରେ ଉପଖଣ୍ଡରେ କିପରି ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇପାରିବ ଏବଂ କୌଣସି ପ୍ରକାର ଅପ୍ରିତୀକର ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ସ୍ଥାନୀୟ ପ୍ରଶାସନ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସେହି ପରିପ୍ରେକ୍ଷୀରେ ଉପଖଣ୍ଡର ଚମ୍ପୁଆ, ଝୁମ୍ପୁରା, ବ୍ରହ୍ମପୁର କରଞ୍ଜିଆ, ଉଖୁଣ୍ଡା ଆଦି ଦୁର୍ଗାପୂଜା କମିଟିର ସଭାପତି, ସମ୍ପାଦକ ଆଦିଙ୍କ ସହିତ ଆଲୋଚନା କରି ଟ୍ରାଫିକ ସମସ୍ୟା, ଜଳପରିମଳ ସମସ୍ୟା, ପାର୍କିଂ ବ୍ୟବସ୍ଥା, ବାରିକେଟ କଡନ ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । କରଞ୍ଜିଆ ଦୁର୍ଗାପୂଜା କମିଟି ସଭାପତି ପ୍ରସନ୍ନ ପୃଷ୍ଟି ତାଙ୍କ ୬୮ ବର୍ଷରେ ଦୁର୍ଗାପୂଜା ପଦାର୍ପଣ କରିଥିବା ବେଳେ ଆଜିସୁଦ୍ଧା ସେଠାରେ କୌଣସି ପ୍ରକାର ବଡଧରଣର ଅଘଟଣ ଘଟିନଥିବା ସମ୍ପର୍କରେ ଅବଗତ କରିଥିଲେ । ଚମ୍ପୁଆ ଦୁର୍ଗାପୂଜା କମିଟି ସଭାପତି ଦିନେଶ ମହାନ୍ତ ଚମ୍ପୁଆରେ ୫୩ ବର୍ଷ ଧରି ଅନୁଷ୍ଠିତ ପୂଜାରେ ସମସ୍ତଙ୍କ ସହଯୋଗରେ ଅନୁଷ୍ଠିତ ହେଉଥିବା କଥା ସୂଚନା ଦେଇଥିଲେ । ଝୁମ୍ପୁରା ଦୁର୍ଗାପୂଜା କମିଟି ସଭାପତି ଶଶିଭୂଷଣ ସାହୁ ୫୨ ବର୍ଷରେ ପହଂଚିଥିବା ଝୁମ୍ପୁରାରେ ଭାଇଛାରା ମଧ୍ୟରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇ ଆସୁଅଛି । ସେହିପରି ଉଖୁଣ୍ଡା ଦୁର୍ଗାପୂଜା କମିଟି ସଭାପତି ନାରାୟଣ ପ୍ରଧାନ କହିଥିଲେ ୪୯ ବର୍ଷରେ ପହଂଚିଥିବା ଉଖୁଣ୍ଡାରେ ମଧ୍ୟ ରାବଣ ପୋଡି ସହିତ ଗୋଟିଏ ଜାଗାରେ ଦୁର୍ଗାପୂଜା ହୋଇ ଆସୁଅଛି । ତୁରୁମୁଙ୍ଗା ଅଧିନସ୍ଥ ବାଇକଳା ଗ୍ରାମଠାରେ ସଭାପତି ପୂର୍ଣ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ସେଠାରେ ମଧ୍ୟ ଶାନ୍ତି ଶୃଙ୍ଖଳା ସହିତ ଦୁର୍ଗାପୂଜା ଅନୁଷ୍ଠିତ ହୋଇଆସୁଅଛି । ତେବେ ପ୍ରଶାସନ ପକ୍ଷରୁ ନିର୍ଦ୍ଦିଷ୍ଟ ନିତିନିୟମ ଅନୁସାରେ ପ୍ରୋସେସନ କାର୍ଯ୍ୟକ୍ରମ ସମସ୍ତ ପୂଜାବିଧି ନିମନ୍ତେ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଶାନ୍ତି କମିଟି ପକ୍ଷରୁ ବରିଷ୍ଠ ସଦସ୍ୟ ସତ୍ୟବାନ କର, ଜୟସୁକଲାଲ ଚାଉଡା, କାଶି ବେହେରା, ଫାୟାଜ ଅହମ୍ମଦ, ଏମଡି ମହତାବ, ସୁବାଷ ରାମ, ଏମଡି ସତାର, ମନୋଜ ସାହୁ ପ୍ରମୁଖ ବହୁ ସଦସ୍ୟ ଆଦି ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande