ନାବାଳିକା ଦୁଷ୍କର୍ମ  ଅଭିଯୁକ୍ତକୁ ୨୦ ବର୍ଷ ଜେଲ,  ୫୦ ହଜାର ଜୋରିମାନା
Pocso court judgment News from Phulbani
ନାବାଳିକା ଦୁଷ୍କର୍ମ  ଅଭିଯୁକ୍ତକୁ ୨୦ ବର୍ଷ ଜେଲ,  ୫୦ ହଜାର ଜୋରିମାନା


କନ୍ଧମାଳ, ୧୯ ସେପ୍ଟେମ୍ବର (ହି.ସ.)- ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାଶ ଆଜି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ମାମଲାର ପୀଡିତାଙ୍କ ସାକ୍ଷୀଙ୍କ ବୟାନ ଓ ଡାକ୍ତରୀ ରିପୋର୍ଟ ଆଧାରରେ ମାମଲାର ଅଭିଯୁକ୍ତ, ଶ୍ରୀତମ ପ୍ରଧାନ ଓରଫ କାବୁଲିକୁ ଦୋଷୀ ସାବ୍ୟସ୍ତ କରି ତାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜୋରମାନା ଅନାଦେୟ, ତାକୁ ଆଉ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ପ୍ରକାଶ କରିଛନ୍ତି ବିଚାରପତି । ପୀଡିତାଙ୍କୁ କ୍ଷତି ପୂରଣ ବାବଦରେ ୭ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ମଧ୍ୟ ଜିଲ୍ଲା ଆଇନ ସେବା ପ୍ରାଧୀକରଣକୁ ନିର୍ଦ୍ଧେଶ ଦେଇଛନ୍ତି।

ସୂଚନା ଅନୁସାରେ, ଗତ ୨୦୨୨ ମସିହା ଜୁଲାଇ ମାସ ୫ ତାରିଖ ଦିନ ପୀଡିତାଙ୍କ ପରିବାର ପକ୍ଷରୁ ଘୁ.ଉଦୟଗିରି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରକାରେ ଘୁ.ଉଦୟଗିରି ଥାନା ପୋଲିସ ଏକ ମାମଲା ୧୦୨/ ୨୦୨୨ ରୁୁଜ୍ଜୁ କରି ଶ୍ରୀତମ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ସେହି ମାମଲାର ବିଚାର କରି ଉପରୋକ୍ତ ରାୟ ଶୁଣାଇଛନ୍ତି ବିଚାରପତି । ଏହି ମାମଲାକୁ ସରକାରଙ୍କ ତରଫରୁ ସ୍ବତନ୍ତ୍ର ପୋକ୍ସୋ ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande