ନିଲାମରେ କଣ୍ଟା ପାଇଥିଲେ ମଧ୍ୟ ଯାଆଁଳା ଛାଡିବାକୁ ଅନୁମତି ଦେଉନାହାନ୍ତି ସରପଞ୍ଚ
ସମ୍ବଲପୁର, ୧୯ ସେପ୍ଟେମ୍ବର (ହି.ସ.)ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଡ଼ିମିରିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଲେପେଇକାଣୀ ଖଜୁରୀ ବନ୍ଧକଟାରେ ଯାଆଁଳା ମାଛ ଛାଡିବା ପାଇଁ ନିଲାମ ପ୍ରକ୍ରିୟାରେ ମହାଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀ ନିଲାମ ପାଇଛି । ରସିଦ ନମ୍ବର ୫ ଫର୍ମ ରେ ୧୦୦୦ ଟଙ୍କା ଜମା କରିଥିଲେ ମଧ୍ୟ ସ୍ଥାନୀୟ ସରପଞ୍ଚଙ୍କ ଯୋଗୁଁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଉକ୍ତ ବନ୍ଧକଣ୍ଟାରେ ମାଛ ଛାଡି ପାରୁନଥିବା ନେଇ ତୀବ୍ର ଅସନ୍ତୋଷ ଶେଷରେ କୁଚିଣ୍ଡା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗରେ ଶେଷ ହୋଇଛି । ଅଭିଯୋଗ ଅନୁଯାଇ ଗତ ୩୦ ଜୁଲାଇ ୨୦୨୫ ରେ ପଂଚାୟତ ପକ୍ଷରୁ ବନ୍ଧକଟା ନିଲାମ ପାଇଁ ଜାଣିବାକୁ ପାଇ ପଂଚାୟତ କୁ ଯାଇଥିଲେ l କିନ୍ତୁ ସେଦିନ ବ୍ଲକ କାର୍ଯ୍ୟଳୟର କୌଣସି ନିର୍ବାଚନ ସମ୍ୱନ୍ଧୀୟ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଥିବରୁ ନିଲାମ ପ୍ରକ୍ରିୟାକୁ ଆଗାମୀ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଗ୍ରାମ ପଂଚାୟତ ପକ୍ଷରୁ ଆଗାମୀ ନିଲାମ ତାରିଖ ଘୋଷଣା ନ ହୋଇଥିଲେ ମଧ୍ୟ ଗ୍ରାମର କିଛି ସ୍ୱାର୍ଥକାରି ବ୍ୟକ୍ତି ବିଶେଷ ଖଜୁରୀ କଟାରେ ମାଛ ଯାଆଁଲା ଛାଡି ଦେଇଥିଲେ। ପଂଚାୟତ ପକ୍ଷରୁ ବିନା କୌଣସି ନୋଟିସରେ କିମ୍ବା ନିଲାମ ପ୍ରକ୍ରିୟା ନ କରାଇ ଅନ୍ୟ ଜଣକୁ ମାଛ ଯାଆଲା ଛାଡିବା ପାଇଁ କିଏ ଏବଂ କେମିତି ଅନୁମତି ଦିଆଗଲା l ଏହାକୁ ନେଇ ୧୫ ଅଗଷ୍ଟ ରେ ହୋଇଥିବା ସ୍ୱତନ୍ତ୍ର ଗ୍ରାମସଭାରେ ସମସ୍ତ ଗ୍ରାମ ବାସି ଏସଏଚ ଜି ଉପସ୍ଥିତ ରହି ଏହି ବିଷୟ ଉପରେ ଆଲୋଚନା କରି ଉକ୍ତ ବ୍ୟକ୍ତିଙ୍କୁ କିଏ ମାଛ ଛାଡିବାକୁ ଅନୁମତି ଦେଲା ବୋଲି ସରପଞ୍ଚ ଙ୍କୁ ପ୍ରଶ୍ନ କରିଥିବା ବେଳେ ସରପଞ୍ଚ ମହୋଦୟ ଟାଳ ଟୁଳ ନୀତି ଅବଲମ୍ବନ କରି କୌଣସି ସନ୍ତୋଷ ଜଣକ ଉତ୍ତର ଦେଇପାରିନଥଲେ ଏବଂ l ସରପଞ୍ଚ ମହିଳା ଗୋଷ୍ଠିଙ୍କୁ ଓଲଟ ପାଲଟ ଭାବେ କଥା କହିଥିଲେ ଏବଂ ଏହାକୁ ନେଇ ଅନେକ ସମୟ ଧରି ପଞ୍ଚାୟତରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା ଯାହା ଫଳରେ ସରପଞ୍ଚ ହଟହଟା ହୋଇଥିଲେ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ବନ୍ଦ ନିଲାମୀ ପାଇଁ ଅନ୍ୟ ତାରିଖ ଧାର୍ଯ୍ୟ ହୋଇଥିଲା। ପରବର୍ତ୍ତୀ ସମୟରେ ବ୍ଲକ ଅଫିସ ତରଫରୁ ନିଲାମ ପ୍ରକ୍ରିୟା ହୋଇଥିଲା ଏବଂ ଏଥିରେ ମହାଲକ୍ଷ୍ମୀ ଏସଏଚଜି ମହିଳା ଗୋଷ୍ଠି ୫ ନମ୍ବର ରସିଦ ଫର୍ମରେ ଟଙ୍କା ବୁଝାଇବା ଥିଲେ ଏବଂ ନୀଳାମିରେ ବନ୍ଦ ପାଇଥିଲେ। କିନ୍ତୁ ପରବର୍ତୀ ସମୟରେ ମଧ୍ୟ ସରପଞ୍ଚ ଏହାକୁ ବିରୋଧ କରି ଏଵେ ଏହା ହୋଇପାରିବ ନାହିଁ ବୋଲି ସିଧା ସଳଖ ରୋକ ଠୋକ ମନା କରିଦେଇଥିଲେ। ଏପରିକି ସରପଞ୍ଚ ଜମନକିରା ମାସ୍ୱବିଭାଗୀୟ ଅଧିକାରୀଙ୍କୁ କହି ଫୋନ ମାଧ୍ୟମରେ ଏସଏଚଜି ଗ୍ରୁପ ସଦସ୍ୟଙ୍କୁ ଫୋନ କରି ଭୟବିତ୍ କରାଇବା ସହ କୌଣସି ପ୍ରକାର ସରକାରୀ ସାହାଯ୍ୟ ପାଇ ପାରିବ ନାହିଁ ବୋଲି କହି ମହିଳା ମାନଙ୍କୁ ଭୟବିତ୍ତ କରାଯାଇଥିବା ଏସଏଚଜି ପକ୍ଷରୁ ଉଲ୍ଲେଖ କରାଯାଇଛି। ହେଲେ ଜଣେ ଜନ ପ୍ରତିନିଧି କାହିଁକି ଜନତାଙ୍କ ସ୍ୱାର୍ଥ କୁ ନ ଦେଖି ନିଜ ସ୍ୱାର୍ଥ ପାଇଁ ସାଧାରଣ ଜନତାଙ୍କୁ ହଇରାଣ କରୁଛନ୍ତି ତାହା ଚିନ୍ତାର ବିଷୟ। ସରକାରି ନିୟମ ଅନୁଯାଇ ମହିଳା ଏସଏଚଜି ଗୋଷ୍ଠୀ ନିଲାମ ପ୍ରକ୍ରିୟାରେ ଭାଗ ନେଇ ପାଞ୍ଚ ବର୍ଷ ପାଇଁ ଉକ୍ତ ବନ୍ଦକଣ୍ଟା ପାଇଥିବା ବେଳେ ଜଣେ ଜନ ପ୍ରତିନିଧି ଏହାକୁ ବିରୋଧ କରିବାକେତେ ଠିକ। ସେହିପରି ଡ଼ିମିରିମୁଣ୍ଡା ପଞ୍ଚାୟତ ଲେପେଇକାଣୀ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠି ପକ୍ଷରୁ କୁଚିଣ୍ଡା ଉପଜିଲ୍ଲାପାଳଙ୍କୁ ଏହାର ସମାଧାନ ପାଇଁ ଦାବି ପତ୍ର ପ୍ରଦାନ କରାଯାଇଛି ଏବଂ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠି ପକ୍ଷରୁ କିଶୋରୀ କିସାନ, କେତକୀ କିସାନ, ଜୟକୁମାରୀ ବାଘ, ଗୁରୁବାରୀ କିସାନ,ଦୁଖୀ କିସାନ, ରାତ୍ନୀ କିସାନ,କୌଶଲ୍ୟା ବାଘ, ଗୋମତୀ କିସାନ ସହିତ ଅନେକ ସ୍ୱୟଂ ସହାୟକ ଗୋଷ୍ଠି ର ମହିଳାମାନେ ଉପସ୍ଥିତ ଥିଲେ ଳ ଏ ସମ୍ପର୍କରେ ଡ଼ିମିରିମୁଣ୍ଡା ସରପଞ୍ଚଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରାଯାଇଥିବା ବେଳେ ଯୋଗାଯୋଗ ସମ୍ଭବ ହୋଇନାଥିବାରୁ ଜମନକିରା ଫୀସରୀ ଅଧିକାରୀଙ୍କୁ ପଚାରିବାରୁ ନିଲାମୀ ଦିନ ମୁଁ ସେଠାରେ ଉପସ୍ଥିତ ଥିଲେ ଉକ୍ତ ମହିଳା ଗୋଷ୍ଠୀ ସରକାରୀ ନିୟମ ଭାବେ ମିଳାମିରେ ବନ୍ଦ କଣ୍ଟା ପାଇଛନ୍ତି ଏବଂ ମୁଁ ତାଙ୍କୁ ଭୟଭୀତ ପାଇଁ କଲ କରିନଥିଲି। ନିଲାମୀ ପରେ ମୁଁ ଜାଣିବାକୁ ପାଇଲି ଜେ ଉକ୍ତ କଣ୍ଟା ବନ୍ଦ ରେ କିଛି ଡିସପୁଟ ଅଛି ଏଣୁକରି ଏହାକୁ ସମାଧାନ କରିନିଅନ୍ତୁ ଯଦି ପରେ କୌଣସି ବଡ ପ୍ରୋବ୍ଲେମ ହେଲେ ସରକାର ଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସବସିଡି ଦେବାରେ ଅସୁବିଧାର ସମ୍ମୁଖୀନ ନ ହେବେ ବୋଲି ତାଙ୍କୁ ଅବଗତ କରାଇଥିଲି ବୋଲି ନିଜ ପ୍ରତିକ୍ରିୟା ରେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ