କେନ୍ଦୁଝର, ୧୯ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ପକ୍ଷରୁ ସେବା ପକ୍ଷ ଚାଲିଥିବା ବେଳେ କେନ୍ଦୁଝର ନଗର ମଣ୍ଡଳ ବିଜେପି ତରଫରୁ ଶୁକ୍ରବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେପି ନଗର ମଣ୍ଡଳ ସଭାପତି ଅସିତ ନନ୍ଦନ ମହାନ୍ତିଙ୍କ ନେତୃତ୍ୱରେ ସକାଳ ୯ଟା ସମୟରେ ଧରଣୀଧର ବିଶ୍ୱବିଦ୍ୟାଳୟ ର ଦ୍ଵିତୀୟ କ୍ୟାମ୍ପସ, ସୁଲେଇଖମାର ଠାରେ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ହୋଇ ବୃକ୍ଷ ରୋପଣ କରିବା ସହିତ ବୃକ୍ଷ ରୋପଣ ସମ୍ପର୍କିତ ସଚେତନତା ବାର୍ତ୍ତା ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ବିଶ୍ୱଜିତ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାୟକ, ଦିଲ୍ଲୀପ କୁମାର ପଣ୍ଡା, ନଗର ସାଧାରଣ ସମ୍ପାଦକ ରାଜେନ୍ଦ୍ର ପାତ୍ର, ଜିଲ୍ଲା ସମ୍ପାଦିକା କଳ୍ପନା ସାମଲ, ସୁବ୍ରତ ମହାନ୍ତି, ସାଂସଦ ପ୍ରତିନିଧି ଶ୍ୟାମ ସୁନ୍ଦର ନାଏକ, ଦେବୀପ୍ରସାଦ ରଥ, ମନରଞ୍ଜନ ମିଶ୍ର, ଦୁର୍ଯ୍ୟୋଧନ ସାହୁ, ସତ୍ୟନାରାୟଣ ବାରିକ, ପ୍ରତାପ ଚନ୍ଦ୍ର ନାଏକ, ମଞ୍ଜରୀ ମୁର୍ମୁ, ଲୋକସଭା ମିଡ଼ିଆ ସଂଯୋଜକ ବ୍ରଜକିଶୋର ରାୟ, ଯୁବନେତା ଭାରତଭୂଷଣ କୁଅଁର, ପ୍ରିୟବ୍ରତ ଜେନା, ପ୍ରଶାନ୍ତ ସାହୁ, ଆଶୀର୍ବାଦ ନନ୍ଦ, ହିମାଂଶୁ ପୁହାଣ, ସମ୍ବିତ ପ୍ରଧାନ, ଦେବାଶିଷ ଦାସ, ଅମ୍ରିତ ସାହା, ଲଳିତା ବାରିକ, ରାଜେଶ ଦେହୁରୀ, ପିଣ୍ଟୁ ମୁଖୀ, କାଳିପ୍ରସାଦ ସାହୁ ପ୍ରମୁଖ ତଥା ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିବା ସହିତ ସଫଳ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA