ଦ୍ବିତୀୟ ତ୍ରୟମାସିକ ଜିଲ୍ଲା ପ୍ରକଳ୍ପ ପରିଚାଳନା କମିଟି ବୈଠକ
ଗଂଜାମ, ୧୯ ସେପ୍ଟେମ୍ବର (ହି.ସ.)- ଦ୍ବିତୀୟ ତ୍ରୟମାସିକ ଜିଲ୍ଲା ପ୍ରକଳ୍ପ ପରିଚାଳନା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା୍ ସଦ୍ଭାବନା ସମ୍ମିଳନୀ କକ୍ଷରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଜଳ ବିଭାଜନ ଗଞ୍ଜାମ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ କ
ଦ୍ବିତୀୟ ତ୍ରୟମାସିକ ଜିଲ୍ଲା ପ୍ରକଳ୍ପ ପରିଚାଳନା କମିଟି ବୈଠକ


ଗଂଜାମ, ୧୯ ସେପ୍ଟେମ୍ବର (ହି.ସ.)- ଦ୍ବିତୀୟ ତ୍ରୟମାସିକ ଜିଲ୍ଲା ପ୍ରକଳ୍ପ ପରିଚାଳନା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା୍ ସଦ୍ଭାବନା ସମ୍ମିଳନୀ କକ୍ଷରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଜଳ ବିଭାଜନ ଗଞ୍ଜାମ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ କୁମାର ପଟ୍ଟନାୟକସମସ୍ତଙ୍କୁ ସ୍ବାଗତ କରିବା ସହ ବୈଠକର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ଅର୍ଥ ଓ ପ୍ରଶାସନ ବିଶେଷଜ୍ଞ ନିମାଇଁ ଚରଣ ଦାସ ପ୍ରକଳ୍ପ ପରିଚାଳନା କମିଟିର ଉଦ୍ଦେଶ୍ୟ ଓ ଏହାର ଉପକାରିତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ସମସ୍ତ ସଦସ୍ୟ ମାନଙ୍କୁ ବୁଝାଇଥିଲେ । କୃଷି ଉତ୍ପାଦନରେ ଉନ୍ନତି, ଖାଦ୍ୟ ପ୍ରଣାଳୀ ଓ କ୍ଷୟ ହୋଇଥିବା ଜମିର ପୁନରୁଦ୍ଧାର ଦ୍ବାରା ପରିସଂସ୍ଥାନ ସେବା ବଜାୟ ରଖିବା, ଜୈବ ବିବିଧତାକୁ ସମର୍ଥନ କରିବା ଏବଂ କୃଷି ଉତ୍ପାଦକତା ବୃଦ୍ଧି କରିବାରେ କିପରି ସାହାଯ୍ୟ ମିଳିପାରିବ ସେ ସମ୍ପର୍କରେ ବୁଝାଇଥିଲେ । ପୁନରୁଦ୍ଧାର କ୍ଷୟପ୍ରାପ୍ତ ଜମି ଏବଂ ସ୍ଥାୟୀ କୃଷିକୁ ପ୍ରୋତ୍ସାହିତ କରିବା ଦ୍ବାରା ଜୈବ ବିବିଧତା ଏବଂ ଇକୋ ସିଷ୍ଟମ ସେବାସଂରକ୍ଷଣ କରାଯାଇପାରିବ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଏହି ପ୍ରକଳ୍ପ ୫ ବର୍ଷ ପାଇଁ କାର୍ଯ୍ୟକ୍ଷମ କରାଯାଉଛି । ଏଥି ନିମନ୍ତେ ୩୦ କୋଟି ୭୪ ଲକ୍ଷ ଟଙ୍କା ବିନିଯୋଗ କରାଯାଉଛି । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି, ସୋରଡା ଓ କବିସୂର୍ଯ୍ୟନଗର ବ୍ଲକ୍ ର ୭୨ ଟି ଗ୍ରାମ ପଞ୍ଚାୟତର ୫୯୩ ଟି ଗ୍ରାମରେ ଏହି ପ୍ରକଳ୍ପ କାର୍ଯ୍ୟ କରୁଛି । ୨୦୨୪-୨୫ ଆର୍ଥିକ ବର୍ଷ ଖରିଫ୍ ଓ ରବି ଫସଲ ନିମନ୍ତେ ଏହି ତିନୋଟି ବ୍ଲକ୍ ର କୃଷକ ମାନଙ୍କର ଅନଲାଇନ୍ ପଞ୍ଜିକରଣ ଶତପ୍ରତିଶତ ପୂରଣ ହୋଇଥିବା ଜଣାଯାଇଛି ।

ବୈଠକରେ ଜଳସେଚନ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande