ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ପକ୍ଷରୁ ଶିଶୁ ସୁରକ୍ଷା, ଯଶୋଦା, ଗ୍ରୀନ ପାସେଜ ଓ ଶିଶୁ ସହାୟତା କେନ୍ଦ୍ର ଉପରେ ସଚେତନତା ଶିବିର
ବଲାଙ୍ଗିର, ୧୯ ସେପ୍ଟେମ୍ବର (ହି.ସ.)- ସ୍ଥାନୀୟ ଲାର୍କିପଳିଷ୍ଟିତ ସରକାରୀ ପଲି ଟେକନିକ୍, ବଲାଙ୍ଗୀରର ସ୍ମାର୍ଟ ସଭା ଗୃହ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣାର ଆୟୋଜନରେ ଯଶୋଦା ଯୋଜନା, ଗ୍ରୀନ ପାସେଜ ପ୍ରମାଣ ପତ୍ର ଓ ଶିଶୁ ସହାୟତା କେନ୍ଦ୍ର ୧୦୯୮ ଉପରେ ସଚେତନତା ଶିବିରରେ ପୋଲି ଟେକନିକ ର ଅ
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ପକ୍ଷରୁ ଶିଶୁ ସୁରକ୍ଷା,ଯଶୋଦା,ଗ୍ରୀନ ପାସେଜ ଓ ଶିଶୁ ସହାୟତା କେନ୍ଦ୍ର ଉପରେ ସଚେତନତା ଶିବିର ଅନୁଷ୍ଟିତ।


ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ପକ୍ଷରୁ ଶିଶୁ ସୁରକ୍ଷା,ଯଶୋଦା,ଗ୍ରୀନ ପାସେଜ ଓ ଶିଶୁ ସହାୟତା କେନ୍ଦ୍ର ଉପରେ ସଚେତନତା ଶିବିର ଅନୁଷ୍ଟିତ।


ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ପକ୍ଷରୁ ଶିଶୁ ସୁରକ୍ଷା,ଯଶୋଦା,ଗ୍ରୀନ ପାସେଜ ଓ ଶିଶୁ ସହାୟତା କେନ୍ଦ୍ର ଉପରେ ସଚେତନତା ଶିବିର ଅନୁଷ୍ଟିତ।


ବଲାଙ୍ଗିର, ୧୯ ସେପ୍ଟେମ୍ବର (ହି.ସ.)- ସ୍ଥାନୀୟ ଲାର୍କିପଳିଷ୍ଟିତ ସରକାରୀ ପଲି ଟେକନିକ୍, ବଲାଙ୍ଗୀରର ସ୍ମାର୍ଟ ସଭା ଗୃହ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣାର ଆୟୋଜନରେ ଯଶୋଦା ଯୋଜନା, ଗ୍ରୀନ ପାସେଜ ପ୍ରମାଣ ପତ୍ର ଓ ଶିଶୁ ସହାୟତା କେନ୍ଦ୍ର ୧୦୯୮ ଉପରେ ସଚେତନତା ଶିବିରରେ ପୋଲି ଟେକନିକ ର ଅଧ୍ୟକ୍ଷ, ଲୋକେଶ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ କୁମାର ଖୁଆସ ବାଲ୍ୟ ବିବାହ, ପୋସ୍କୋ ଆଇନ୍ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ର ଜିଲ୍ଲା ପରାମର୍ଶଦାତା ଗ୍ରୀନ ପେସେଜ ର ଆବଶ୍ୟକତା, ଯୋଗ୍ୟତା, ସାର୍ଟିଫିକେଟ ର ମହତ୍ତ୍ଵ ସହିତ ସରକାରୀ କଲେଜ୍, ବୈଷୟିକ ପାଠ୍ୟକ୍ରମ ଉପରେ ଛାଡ ହେଉଥିବା ଫି ଉପରେ ଜଣାଇବା ସହ ଗ୍ରୀନ ପାସେଜ୍ ର ଉପକାରିତା ଏବଂ ୧.୪.୨୦୨୦ ରୁ ୧୫.୯.୨୦୨୧ ପୂର୍ବରୁ ଏବଂ ପରେ ପିତା ମାତାଙ୍କୁ ହରାଇଥିବା ଛାତ୍ର ଛାତ୍ରୀ ମାନେ ଯଶୋଦା ଯୋଜନାରେ ଆବେଦନ କରି ଆର୍ଥିକ ସହାୟତା ପାଇ ପାରିବେ ବୋଲି ଜଣାଇଥିଲେ। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ପ୍ରୋଗ୍ରାମ ଅଫିସର୍ ସୁଧାଂଶୁ ଶେଖର କୁମ୍ଭାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆବଶ୍ୟକତା ଥିବା କାଗଜ ପତ୍ର ଦାଖଲ କରିବାକୁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ମାନଭଞ୍ଜନ ଭୋଇ, ଅଧ୍ୟାପକ, ମେକାନିକ ବିଭାଗର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଏହି ଯୋଜନା ରେ ଅନ୍ତର୍ଭୁକ୍ତ ହେବା ପାଇଁ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଜଣାଇଥିଲେ ।

କାର୍ଯ୍ୟକ୍ରମରେ ଶିଶୁ ସହାୟତା କେନ୍ଦ୍ର ର ଶୁଭମ୍ ଜେନା, ୟୁନିଟ ର ସୁଦାମ ସୁନା ସକ୍ରୀୟ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ପଲିଟେକନିକ୍ ର ଅନୁପମା ଦାସ, ଅଧ୍ୟାପିକା, ସିଭିଲ ବିଭାଗର ପରିଚାଳନା ସମସ୍ତଙ୍କୁ ପରିଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande