ରାଜସ୍ବ ମନ୍ତ୍ରୀଙ୍କୁ ଭେଟିଲା ସବଡିଭିଜନ କ୍ରିୟାନୁଷ୍ଠାନ କମିଟି
ଭୁବନ, ୧୯ ସେପ୍ଟେମ୍ବର (ହି.ସ.)- ଭୁବନ ସବ ଡିଭିଜନ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳୀ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନାଙ୍କ ନେତୃତ୍ଵରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସାକ୍ଷାତ କରି ଏନ୍ ଏ ସି ଏବଂ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାକ୍ଷର ଥିବା ଦାବିପତ୍ର ପ୍ରଦାନ କରିଥିଲେ। କ୍ରିୟ
ରାଜସ୍ବ ମନ୍ତ୍ରୀଙ୍କୁ ଭେଟିଲା ସବଡିଭିଜନ କ୍ରିୟାନୁଷ୍ଠାନ କମିଟି


ଭୁବନ, ୧୯ ସେପ୍ଟେମ୍ବର (ହି.ସ.)- ଭୁବନ ସବ ଡିଭିଜନ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳୀ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନାଙ୍କ ନେତୃତ୍ଵରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସାକ୍ଷାତ କରି ଏନ୍ ଏ ସି ଏବଂ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାକ୍ଷର ଥିବା ଦାବିପତ୍ର ପ୍ରଦାନ କରିଥିଲେ। କ୍ରିୟାନୁଷ୍ଠାନ କମିଟି ସଦସ୍ୟ ରାଜସ୍ବ ମନ୍ତ୍ରୀଙ୍କୁ ସରକାରଙ୍କ ନୋଟିଫିକେସନ ଅନୁଯାୟୀ ଭୁବନ ଏନଏସି ଓ ଭୁବନ ବ୍ଲକର ଲୋକସଂଖ୍ୟା, ଭୌଗଳିକ ଭିତ୍ତିଭୂମି ଆଧାରକୁ ନେଇ ଭୁବନକୁ ସବଡିଭିଜନ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ନିବେଦନ କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ କ୍ରିୟାନୁଷ୍ଠାନ କମିଟି ସଭାପତି ପ୍ରେମାନନ୍ଦ ଜେନାଙ୍କ ସମେତ ଡଃ. ସୁବାଷ ନାୟକ, ପୂର୍ବତନ ନଗରପାଳ ନରହରି ସାହୁ, ସନାତନ ପାତ୍ର, ଅଜୟ ସେଠୀ, ସମୀର କୁମାର ସାହୁ, ମନୋଜ କୁମାର ସାହୁ, ନରେନ୍ଦ୍ର ବେହେରା, ଲକ୍ଷ୍ମଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande