ମାଲକାନଗିରି,୧୯ ସେପ୍ଟେମ୍ବର (ହି.ସ.) - ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାରଙ୍କ ମନମୁଖୀ କାର୍ଯ୍ୟକଳାପ ବିରୋଧରେ ପଂଚାୟତ ସମିତି ର୨୦ ଜଣ ସରପଂଚ ଓ ସମିତି ସଭ୍ୟ ଉପଜିଲ୍ଲାପାଳଙ୍କୁ ଅନସ୍ଥା ପ୍ରସ୍ତାବ ଗୃହୀତ କରିବା ପାଇଁ ପ୍ରଦାନ କରିଛନ୍ତି । ଆଜି ଅପରାହ୍ନ ସମୟରେ ପଂଚାୟତ ସମିତି ସଭାଗୃହରେ ଏକ ଜରୁରୀ କାଳୀନ ସମିତି ବୈଠକ ଆହ୍ୱାନ କରାଯାଇଥିଲା । ଏଥିରେ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ ସଭାପତିତ୍ୱ କରିଥିବା ବେଳେ ସମିତିର ସମିତି ସଭ୍ୟ ଓ ସରପଂଚ ଉପସ୍ଥିତ ରହି ବୈଠକରେ ଉପାଧ୍ୟକ୍ଷଙ୍କ ୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ମନମୁଖୀ କାର୍ଯ୍ୟକଳାପ ସମିତି ସଭ୍ୟ ଓ ସରପଂଚଙ୍କୁ ଦୁର୍ବ୍ୟବହାର ଓ ବ୍ଲକ ର ଉନ୍ନତୀ ମୂଳକ କାର୍ଯ୍ୟରେ ହସ୍ତକ୍ଷେପ ଓ ଠିକାଦାରୀ ରେ ସମ୍ପୃକ୍ତି ବହୁ ଅସାମାଜିକ କାର୍ଯ୍ୟକଳାପ ରେ ସମ୍ପୃକ୍ତି, ଆଭାସ ଯୋଜନା ରେ ସମ୍ପୃକ୍ତି ଏଣୁ ଆଜି ସମସ୍ତ ଉପସ୍ଥିତ ସରପଂଚ ସମିତି ସଭ୍ୟ ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହଲଦାରଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଣି ସର୍ବ ସମ୍ମତି କ୍ରମେ ପାରିତ କରିଛନ୍ତି। ଏହି ଚିଠା ପ୍ରସ୍ତାବ କୁ ଉପ ଜିଲ୍ଲାପାଳଙ୍କ ପ୍ରଦାନ କରି ଅନସ୍ଥା ପ୍ରସ୍ତାବକୁ ଗୃହୀତ କରିବା ଅନୁରୋଧ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ