ତୁଡିପାଜୁ ଠାରେ ସମବାୟ ସମିତି ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ
କନ୍ଧମାଳ , ୧୯ ସେପ୍ଟେମ୍ବର (ହି.ସ.) - କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ତୁଡିପାଜୁ ଠାରେ ଜିଲ୍ଲା ସମବାୟ ସମିତି ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡିଆରସିଏସ ସନ୍ତୋଷ କୁମାର ଦାସ ଯୋଗ ଦେଇ ଚାରା ରୋପଣ କରିଥିଲେ ଏବଂ ସମବାୟ ସମିତ
ଫୋଟ


କନ୍ଧମାଳ , ୧୯ ସେପ୍ଟେମ୍ବର (ହି.ସ.) - କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ତୁଡିପାଜୁ ଠାରେ ଜିଲ୍ଲା ସମବାୟ ସମିତି ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡିଆରସିଏସ ସନ୍ତୋଷ କୁମାର ଦାସ ଯୋଗ ଦେଇ ଚାରା ରୋପଣ କରିଥିଲେ ଏବଂ ସମବାୟ ସମିତି ର ଚାଷୀ ଓ ହୀତାଧିକାରୀ ମାନଙ୍କୁ ବିଭିନ୍ନ ଔଷଧିୟ ବୃକ୍ଷ ଓ ଫଳ ଗଛର ଚାରା ବଣ୍ଟନ କରିଥିଲେ। ଏହି ଅବସରରେ ତାଙ୍କ ସହିତ ଏଆରସିଏସ ଲଳିତ ମାଝୀ,ଏସ୍ ଏ ଆର ସି ଏସ୍ ନରେଶଚନ୍ଦ୍ର ପ୍ରଧାନ,ଜ୍ୟୋତିର୍ମୟୀ ପ୍ରଧାନ,ଦେବେନ୍ଦ୍ର ପ୍ରଧାନ,ଫୁଲବାଣୀ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ର ଶାଖା ପରିଚାଳକ କ୍ଷୀରୋଦ କୁମାର ମିଶ୍ର,ଡିଡିଏଚ୍ ସ୍ମିତା ମହାନ୍ତି,ଫୁଲବାଣୀ ସମବାୟ ସମିତି ର ସଭାପତି ଚକ୍ରଧର ମଲ୍ଲିକ ଓ କାର୍ଯ୍ୟକାରୀ ସଦସ୍ୟ,ଜିଲ୍ଲା ର ୨୪ ଟି ସମବାୟ ସମିତି ର ପରିଚାଳନା ନିର୍ଦ୍ଦେଶକ ଓ କର୍ମଚାରୀ ମାନେ ଯୋଗ ଦେଇ ଚାରା ରୋପଣ କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ। ଏହି ଅବସରରେ ସମୁଦାୟ ୫ ଶହ ଟି ବିଭିନ୍ନ ଔଷଧିୟ ଓ ଫଳ ଗଛର ଚାରା ରୋପଣ ଓ ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଫୁଲବାଣୀ ସମବାୟ ସମିତି ର ଶାଖା ପରିଚାଳକ ଭୀମସେନ ସାହୁଙ୍କ ତତ୍ୱାବଧାନରେ କର୍ମଚାରୀ ଅରୁଣ କୁମାର ମାଝୀ,ଶ୍ୱେତ କହଁର,ବିଷ୍ଣୁ ପ୍ରଧାନ ଓ ବିରେନ୍ଦ୍ର କହଁର ପ୍ରମୁଖ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande