ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)- ଭିଜିଲାନ୍ସ
ଜାଲରେ ରାୟଗଡ଼ା କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁ । ଆୟ ବହିର୍ଭୁତ ସଂପତି ଠୁଳ କରିବା
ଅଭିଯୋଗରେ ରାୟଗଡା ଜିଲ୍ଲାର ରାୟଗଡା ଫରେଷ୍ଟ ଡିଭିଜନ ଅନ୍ତର୍ଗତ କାଶୀପୁର ଫରେଷ୍ଟ ରେଂଜର
ଫରେଷ୍ଟ ରେଂଜ ଅଫିସର ଅନ୍ତର୍ଯ୍ୟାମୀ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଏହି ଚଢାଉରେ
ଓଡ଼ିଶା ଭିଜିଲାନ୍ସର 7ଜଣ ଡିଏସପି, 7 ଇନସପେକ୍ଟର, 9ଜଣ ଏଏସଆଇ ଓ ଅନ୍ୟ ଷ୍ଟାଫ୍ ସାମିଲ
ହୋଇଛନ୍ତି । ଜୟପୁରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ୱାରେଂଟ ବଳରେ କନ୍ଧମାଳ, ଗଂଜାବ,
ନୟାଗଡ ଓ ରାୟଗଡା ଜିଲ୍ଲାର 9ଟି ସ୍ଥାନରେ ରେଡ୍ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା