ପ୍ରଶ୍ନକାଳ ବାତିଲ କରି ସାର ସମସ୍ୟା ପ୍ରସଙ୍ଗରେ ଆଲୋଚନା ପାଇଁ ବିଜେଡ଼ିର ଦାବି
ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)- ପ୍ରଶ୍ନକାଳ ବାତିଲ କରି ସାର ସମସ୍ୟା ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଛି ବିଜେଡ଼ି । ଆବଶ୍ୟକୀୟ ସାର ମିଳୁନଥିବାରୁ ଚାଷୀ ମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛନ୍ତି । ରାଜ୍ୟରେ ଚାଷୀଙ୍କ ସଂଖ୍ୟା 60 ଭାଗ, ତେଣୁ ଚାଷୀଙ୍କ
ପ୍ରଶ୍ନକାଳ ବାତିଲ କରି     ସାର ସମସ୍ୟା ପ୍ରସଙ୍ଗରେ ଆଲୋଚନା ପାଇଁ ବିଜେଡ଼ିର ଦାବି


ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)- ପ୍ରଶ୍ନକାଳ

ବାତିଲ କରି ସାର ସମସ୍ୟା ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଛି ବିଜେଡ଼ି । ଆବଶ୍ୟକୀୟ ସାର

ମିଳୁନଥିବାରୁ ଚାଷୀ ମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛନ୍ତି । ରାଜ୍ୟରେ ଚାଷୀଙ୍କ ସଂଖ୍ୟା

60 ଭାଗ, ତେଣୁ ଚାଷୀଙ୍କ

ସମସ୍ୟା ବାବଦରେ ଆଲୋଚନା ପାଇଁ ଆମେ ଦାବି କରିଥିଲୁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ

ପ୍ରମିଳା ମଲ୍ଲିକ । କିନ୍ତୁ ବାଚସ୍ପତି ଅନ୍ୟ କାର୍ଯ୍ୟକ୍ରମ ଆରମ୍ଭ କଲେ । କଂଗ୍ରେସ ସାର

ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଦେଇଥିଲା ଆଲୋଚନା ହୋଇପାରିଥାନ୍ତା, ପ୍ରଶ୍ନରେ

ବିଜେଡ଼ି କହିଲା 15 ମିନିଟ କଣ ଆଲୋଚନା ହୋଇପାରିବ କି ? ତେଣୁ ଆସନ୍ତାକାଲି ଠାରୁ ଯଦି ପ୍ରଶ୍ନକାଳ ବାତିଲ କରି ଆଲୋଚନା କରାନଯାଏ ତାହେଲେ ଗୃହ

ଚଳାଇ ଦେବନାହିଁ ବୋଲି ବିଜେଡ଼ି ଚେତାବନୀ ଦେଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande