୪୭୪ପଞ୍ଜୀକୃତ ଅସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ କୁ ବାଦ୍ ଦେଲେ ନିର୍ବାଚନ ଆୟୋଗ
ଆଉ ୩୫୯ ଅସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ବାଦ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ଭୁବନେଶ୍ୱର, ୧୯ ସେପ୍ଟେମ୍ବର (ହି.ସ)- ନିର୍ବାଚନ ବ୍ୟବସ୍ଥାକୁ ସଫା କରିବା ପାଇଁ ଏକ ବ୍ୟାପକ ଏବଂ ନିରନ୍ତର ରଣନୀତିର ଅଂଶ ସ୍ୱରୂପ, ନିର୍ବାଚନ ଆୟୋଗ୨୦୧୯ ମସିହାରୁ ନିରନ୍ତର ୬ ବର୍ଷ ଧରି ଗୋଟିଏ ବି ନିର୍ବାଚନ ଲଢ଼ିବାର
୪୭୪ପଞ୍ଜୀକୃତ ଅସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ କୁ ବାଦ୍ ଦେଲେ ନିର୍ବାଚନ ଆୟୋଗ


ଆଉ ୩୫୯ ଅସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ବାଦ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୧୯ ସେପ୍ଟେମ୍ବର (ହି.ସ)- ନିର୍ବାଚନ ବ୍ୟବସ୍ଥାକୁ ସଫା କରିବା ପାଇଁ ଏକ ବ୍ୟାପକ ଏବଂ ନିରନ୍ତର ରଣନୀତିର ଅଂଶ ସ୍ୱରୂପ, ନିର୍ବାଚନ ଆୟୋଗ୨୦୧୯ ମସିହାରୁ ନିରନ୍ତର ୬ ବର୍ଷ ଧରି ଗୋଟିଏ ବି ନିର୍ବାଚନ ଲଢ଼ିବାର ଜରୁରୀ ସର୍ତ ପୂରଣ କରିବାରେ ବିଫଳ ହୋଇଥିବା ପଞ୍ଜୀକୃତ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ (ଆରୟୁପିପି)କୁ ଚିହ୍ନଟ ଏବଂ ତାଲିକାରୁ ବାହାର କରିବା ପାଇଁ ଏକ ଦେଶବ୍ୟାପୀ ପ୍ରୟାସ ଜାରି ରହିଛି । ଏହି ପ୍ରୟାସର ପ୍ରଥମ ପର୍ଯ୍ୟାୟରେ, ନିର୍ବାଚନ ଆୟୋଗଅଗଷ୍ଟ ୯, ୨୦୨୫ ରେ ୩୩୪ ଟି ଆରୟୁପିପିକୁ ତାଲିକାରୁ ବାହାର କରିଥିଲା।

ଦ୍ୱିତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର ୧୮, ୨୦୨୫ ରେ ଆଉ ୪୭୪ ଟି ଆରୟୁପିପିକୁ ତାଲିକାରୁ ନିର୍ବାଚନ ଆୟୋଗ ବାହାର କରିଥିଲା। ଏହିପରି, ଗତ ୨ ମାସରେ ୮୦୮ ଟି ଆରୟୁପିପିକୁ ତାଲିକାରୁ ବାହାର କରାଯାଇଛି। ଏପରି ୩୫୯ ଟି ଆରୟୁପିପି ଚିହ୍ନଟ କରାଯାଇଛି, ଯେଉଁମାନେ ଗତ ତିନି ଆର୍ôଥକ ବର୍ଷ (ଅର୍ଥାତ୍ ୨୦୨୧-୨୨, ୨୦୨୨-୨୩, ୨୦୨୩-୨୪) ରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସେମାନଙ୍କର ବାର୍ଷିକ ଅଡିଟେଡ୍ ଆକାଉଂଟ ଦାଖଲ କରିନାହାଁନ୍ତି ଏବଂ ନିର୍ବାଚନ ଲଢ଼ିଛନ୍ତି କିନ୍ତୁ ନିର୍ବାଚନ ଖର୍ଚ୍ଚ ରିପୋର୍ଟ ଦାଖଲ କରିନାହାଁନ୍ତି। ଏଗୁଡ଼ିକ ଦେଶର ୨୩ ଟି ଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି।

କୌଣସି ଦଳକୁ ଅଯଥା ତାଲିକାଭୁକ୍ତ ନକରିବା ସୁନିଶ୍ଚିତ କରିବା ପାଇଁ, ସମ୍ପୃକ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ମାନଙ୍କୁ ଏହି ଆରୟୁପିପି ଗୁଡ଼ିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହା ପରେ,ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଦଳଗୁଡ଼ିକୁ ଏକ ବ୍ୟକ୍ତିଗତ ଶୁଣାଣିର ସୁଯୋଗ ଦିଆଯିବ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ନିର୍ବାଚନ ଆୟୋଗ ଯେକୌଣସି ଆରୟୁପିପିକୁ ତାଲିକାଭୁକ୍ତ କରିବାର ଚୂଡ଼ାନ୍ତ ନିଷ୍ପତି ନେବେ ।

ଦେଶର ରାଜନୈତିକ ଦଳଗୁଡ଼ିକ (ଜାତୀୟ/ରାଜ୍ୟ/ଆରୟୁପିପି) ଲୋକ ପ୍ରତିନିଧିତ୍ୱ ଆଇନ ୧୯୫୧ ର ଧାରା ୨୯କର ବ୍ୟବସ୍ଥା ଅନୁଯାୟୀ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ରେ ପଞ୍ଜୀକୃତ। ଆଇନର ବ୍ୟବସ୍ଥା ଅନୁଯାୟୀ, ଯେକୌଣସି ସଂଘ ଥରେ ରାଜନୈତିକ ଦଳ ଭାବରେ ପଞ୍ଜୀକୃତ ହୋଇଗଲେ, ପ୍ରତୀକ, ଟିକସ ଛାଡ଼ ଭଳି କିଛି ସୁବିଧା ପାଆନ୍ତି। ରାଜନୈତିକ ଦଳଗୁଡ଼ିକର ପଞ୍ଜୀକରଣ ପାଇଁ ନିର୍ଦ୍ଦେଶାବଳୀରେ ଉଲ୍ଲେଖ ଅଛି ଯେ ଯଦି ଦଳ ୬ ବର୍ଷ ଧରି ନିରନ୍ତର ନିର୍ବାଚନ ଲଢ଼ି ନଥାଏ, ତେବେ ଦଳକୁ ପଞ୍ଜୀକୃତ ଦଳ ତାଲିକାରୁ ବାଦ୍ ଦିଆଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande