ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ବୋଝେଇ ଟ୍ରକ ଜବତ, ଅଭିଯୁକ୍ତ ଅଟକ
ବଲାଙ୍ଗିର, ୧୯ ସେପ୍ଟେମ୍ବର (ହି.ସ.)- ବଲାଙ୍ଗିର ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ବୋଝେଇ ଟ୍ରକକୁ ଜବତ କରିବା ସହ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପାଟ୍ରୋଲିଂ ସମୟରେ ବିଜାଖମନ ଗ୍ରାମ ନିକଟରେ ବଲାଙ୍ଗିର ରେଞ୍ଜର କର୍ମଚାର
ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ବୋଝେଇ ଟ୍ରକକୁ ଜବତ କରିବା ସହ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି  ବନ  ବିଭାଗ


ବଲାଙ୍ଗିର, ୧୯ ସେପ୍ଟେମ୍ବର (ହି.ସ.)- ବଲାଙ୍ଗିର ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ବୋଝେଇ ଟ୍ରକକୁ ଜବତ କରିବା ସହ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପାଟ୍ରୋଲିଂ ସମୟରେ ବିଜାଖମନ ଗ୍ରାମ ନିକଟରେ ବଲାଙ୍ଗିର ରେଞ୍ଜର କର୍ମଚାରୀମାନେ କେନ୍ଦୁ କାଠ ବୋଝେଇ ଗୋଟିଏ ଟ୍ରକ (ଡ଼ବ୍ଲ୍ୟୁ ବି ୨୫ଏନ୍‌ ୯୮୮୩) ଜବତ କରିବା ସହ ଘଟଣାସ୍ଥଳରୁ ଦୁଇଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିବା ଜଣାପଡ଼ିଛି । ଜବତ ସାମଗ୍ରୀଗୁଡ଼ିକୁ ରେଞ୍ଜ ଅଫିସ କ୍ୟାମ୍ପସକୁ ଅଣାଯାଇଥିଲା । ବର୍ତ୍ତମାନ ଅଧିକ ତଦନ୍ତ ଜାରି ରହିଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande