ମଙ୍ଗରାଜପୁର ପଂଚାୟତ ମଣି ତାରିଣୀ ସ୍ୱଂୟ ସହାୟକ ଗୋଷ୍ଠୀ ଟଙ୍କା ହଡପ : ଥାନାର ଦ୍ୱାରସ୍ଥ ହେଲେ ମହିଳା ଅଭିଯୋଗ ପରେ ତଦନ୍ତ ଅଧା ହେଲା : ନ୍ୟାୟ ନ ମିଳିଲେ ଆନ୍ଦୋଳନ
ଧର୍ମଶାଳା,୧୯ସେପ୍ଟେମ୍ବର(ହି.ସ.) - ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ଆର୍ଥୀକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ମହିଳାମାନେ କିପରି ପରିବାରରେ ବୋଝ ନ ହେବେ ଏନେଇ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବିଭିନ୍ନ ସ୍କିମ୍ କରି ଲକ୍ଷଲକ୍ଷ ଟଙ୍କା ବ୍ୟୟ ବରାଦ କ
ମଙ୍ଗରାଜପୁର ପଂଚାୟତ ମଣି ତାରିଣୀ ସ୍ୱଂୟ ସହାୟକ ଗୋଷ୍ଠୀ ଟଙ୍କା ହଡପ : ଥାନାର ଦ୍ୱାରସ୍ଥ ହେଲେ ମହିଳା


ଧର୍ମଶାଳା,୧୯ସେପ୍ଟେମ୍ବର(ହି.ସ.) - ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ଆର୍ଥୀକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ମହିଳାମାନେ କିପରି ପରିବାରରେ ବୋଝ ନ ହେବେ ଏନେଇ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବିଭିନ୍ନ ସ୍କିମ୍ କରି ଲକ୍ଷଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି । ବ୍ୟାଙ୍କ ମାଧ୍ୟମରେ ବିନା ସୁଧରେ ଗୋଷ୍ଠୀମାନଙ୍କୁ ଋଣ ପ୍ରଦାନ କରାଯାଉଛି । ଏହି ଗୋଷ୍ଠୀକୁ ସୁପରିଚାଳନା ପାଇଁ ଏମବିକେ,ସିଆରପି ଓ ଓଏଲଏମ ପଦବୀମାନ ସୃଷ୍ଟି କରାଯାଇଛି । ଏତେ ପଦପଦବୀ ସୃଷ୍ଟି କରାଯାଇଥିଲେ ମଧ୍ୟ ଏଥିରେ ସ୍ୱଚ୍ଛତା ଆସି ନ ଥିଲା ପରି ମନେ ହେଉଛି । ମାସିକ ଜମା ରାଶି ଦେୟ,ବ୍ୟାଙ୍କ ଋଣ ଓ ସରକାରୀ ପ୍ରୋତ୍ସାହ୍ନ ରାଶି ହଡପ କରାଯାଇଥିବା ଅଭିଯୋଗ ହୋଇଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି । ଯାଜପୁର ଜିଲା ରସୁଲପୁର ବ୍ଲକ ମଙ୍ଗରାଜପୁର ପଂଚାୟତସ୍ଥ ମଣିତାରିଣୀ ସ୍ୱଂୟ ସହାୟକ ଗୋଷ୍ଠୀର ଲକ୍ଷାଧିକ ଟଙ୍କା ଦୀର୍ଘ ଦିନ ଧରି ପୂର୍ବତନ ସମ୍ପାଦିକା ତଥା ବର୍ତମାନର ସିଆରପି ଉର୍ମିଳା ଦାସ ଓ ସମ୍ପାଦିକା ରଂଜିତା ବାରିକ୍ ଚଂଚକତା କରି ମୋଟ ୪ଲକ୍ଷ ୪୫ ହଜାର୫୮ଟଙ୍କା ହଡପ କରିଥିବା ନେଇ ୧୭ା୭ା୨୦୨୫ ମସିହାରେ ରସୁଲପୁର ବିଡିଓ,ଏମବିକେ ଓ ଏଏଲଏମଙ୍କ ନିକଟରେ ମହିଳାମାନେ ଅଭିଯୋଗ କରିଥିଲେ । ତେବେ ତଦନ୍ତ ଅଧାରୁ ବନ୍ଦ ହେବା ପରେ ମହିଳାମ।।ନଙ୍କୁ ନ୍ୟାୟ ନ ମିଳିବାରୁ ଆଜି ମଣିତାରିଣୀ ମହିଳା ଗୋଷ୍ଠୀର ସଭାପତି ସସ୍ମିତା ମିଶ୍ରଙ୍କ ସମେତ ଗୋଷ୍ଠୀର ସମସ୍ତ ମହିଳାମାନେ ବ୍ରହ୍ମବରଦା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେମାନଙ୍କ ଟଙ୍କା ନ ମିଳିଲେ ଆଗକୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବା ବୋଲି ସଂଘ ପକ୍ଷରୁ ଚେତବନୀ ଦିଆଯାଇଛି ।

ଅଭିଯୋଗ ମୁତବାକ,ମଙ୍ଗରାଜପୁର ପଂଚାୟତରେ ଥିବା ମଣିତାରିଣୀ ସ୍ୱଂୟ ସହାୟକ ଗୋଷ୍ଠୀ ଦୀର୍ଘ ୧୮ ବର୍ଷ ହେବ ଆରମ୍ଭ ହୋଇଥିଲା । ସଂଘର ସଭାପତି ରଂଜିତା ବାରିକ୍ ଓ ସମ୍ପାଦିକାଭବେ ଉର୍ମିଳା ଦାସଙ୍କୁ ଦାୟିତ୍ୱ ଦିଆ ଯାଇଥିଲା । ସ୍ଥାନୀୟ ଅଂଚଳର ମହିଳାମାନେ ଏହି ଗୋଷ୍ଠୀର ସଭ୍ୟା ରହିଥିଲେ । ସଂଘ ଠିକ ଚାଲିଥିଲା । ପରେ ସଭାପତି ଓ ସମ୍ପାଦିକା ନିରୀହ ମହିଳା ଓ ବୃଦ୍ଧାମାନଙ୍କ ଦୃବଳତାର ସହଯୋଗ ନେଇ ଟଙ୍କା ହଡପ କରିବାରେ ଲାଗି ପଡିଥିଲେ । ବର୍ତମାନ ସମ୍ପାଦିକା ସିଆରପି ହୋଇଯିବା ପରେ ତାଙ୍କ ପଦବୀରେ ସସ୍ମିତା ମିଶ୍ରଙ୍କୁ ସଭାପତି ଦାୟିତ୍ୱ ଦିଆଯାଇଥିଲା । ଏବଂ ବୃଦ୍ଧାମାନଙ୍କ ପରିବର୍ତେ ନୂତନ ମହିଳାମାନଙ୍କୁ ସଭ୍ୟା କରାଯାଇଥିଲା । ନୂଆ ସଭାପତି ଦାୟିତ୍ୱ ନେବା ପରେ ସଂଘରେ ବ୍ୟାପକ ଅନିୟମିତା ହେବା ସହିତ ମୋଟ ୪ଲକ୍ଷ ୪୫ ହଜାର୫୮ଟଙ୍କା ହଡପ ହୋଇଥବବା ଜଣାପଡିବା ପରେ ସଭ୍ୟାମାନଙ୍କୁ ଅବଗତ କରାଇଥିଲେ । ଏନେଇ ସେମାନେ ରସୁଲପୁର ବିଡିଓ,ସିଆପି ଓ ଏମବିକେଙ୍କ ନିକଟରେ ଫେରାଦ ହୋଇଥିଲେ । ୮ା୮ା୨୦୨୫ ମସିହା ପତ୍ର ସଂଖ୍ୟା୫୦୧୧ରେ ଏହି ଗଟଣା ତଦନ୍ତ ପାଇଁ ବିଡିଓ ଚିଠି କରିଥିଲେ । ପ୍ରଥମ ଅଡିଟ୍‌ରେ ସିଆରପି ଓ ଏକବିକେ ଆସି ଲୋନ ଖାତା ଓ ଜମା ଖାତାର ହିସାବ ନିକାଶ କରିଥିଲେ । ତେବେ ସଂଚୟ ଖାତାରୁ ଟଙ୍କା ହେରାଫେରି ହୋଇଥିବା ଜଣାପଡିବା ସହ ଏହି ଗଟଣାକୁ ପୂର୍ବତନ ସମାଦିକା ସ୍ୱୀକାର କରିଥିଲେ । ପରେ ସେ ବିଭିିନ୍ନ ଆଳ ଦେଖାଇ ତଦନ୍ତର ଆଉ ସହଯୋଗ କରି ନ ଥିଲେ । ଫଳରେ ପୁନଃର୍ବାର ସଂଘର ମହିଳାମାନେ ୧୮ା୭ରେ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ୧୫ା୮ା୨୦୨୫ରେ ୨ୟ ଅଡିଟ୍ ହୋଇଥିଲା । ଏହି ଅଡିଟ୍‌ରେ ରସୁଲପୁର ବ୍ଲକର ଓଏଲଏମ,ନରସିଂପୁର ସିଆପି ସୁଚିତ୍ରା ମହାରଣା,ଏମବିକେ ସୁଚିତ୍ରା ନାୟକ ତଦନ୍ତ କରିବାକୁ ଆସିଥିଲେ । ସେ ମଧ୍ୟ ୨ୟ ଅଡିଟକୁ ସହଯୋଗ ନ କରି ଚାଲି ଯାଇଥିଲେ । ଫଳରେ ମୋଟ ୪ଲକ୍ଷ ୪୫ହଜାର ୫୮ଟଙ୍କା ହେରଫେର ହୋଇଥିବା ଜଣାପଡିଥିଲା । ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଟଙ୍କା ନ ମିଳିବା ରୁ ମହିଳାମାନେ ନାନା ହଇରାଣ ହରକତ ହେଉଛନ୍ତି । ଫଳରେ ଦୁଇଦୁଇ ଥର ଅଡିଟ ହେବା ପରେ କୌଣସି ସୁଫଳ ନ ମିଳିବାରୁ ସଂଘର ସଭାପତି ସସ୍ମିତା ମିଶ୍ର,ସ୍ମିତାଶ୍ରୀ ବାରିକ୍‌,ସଂଯୁକ୍ତା ମିଶ୍ର,ମମତା ମିଶ୍ର,ଚନ୍ଦନା ମିଶ୍ର,ସୁଜାତା ବାରିକ୍‌,ଜ୍ୟୋସ୍ନାରାଣୀ ମିଶ୍ର ଓ ଖୁଲଣା ମିଶ୍ର ପ୍ରମୁଖ ବ୍ରହ୍ମବରଦା ଥାନାରେ ଅଭିଯୋଗ କରିଛନ୍ତି । ତୁରନ୍ତ ଏହାର ସମାଧାନ ନ ହେଲେ ଆଗକୁ ଆନ୍ଦୋଳନାତ୍ମ ପନ୍ଥା ଅବଲମ୍ବନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି ।

ଏନେଇ ରସୁଲପୁର ବିଡିଓଙ୍କର କୌଣସି ପ୍ରତିକ୍ରୀୟା ମିଳି ପାରି ନାହିଁ । ଅନ୍ୟ ପକ୍ଷେ ଆସି ଥିବା ଅଭିଯୋଗର ହିସାବ ଓଏଲଏମ ଓ ବିଡିଓଙ୍କୁ ଦେଇ ଦେଇଛି । ସମସ୍ତ କାଗଜପତ୍ର ସେମାନେ ରଖିଛନ୍ତି । ମୋର ପ୍ରମୋସନ ହେବା ପରେ ସେମାନେ ମୋ ପଛରେ ଲାଗିଥବା ପୂର୍ବତନ ସମ୍ପାଦିକା ଉର୍ମିଳା ଦାସ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande