ଗଣତନ୍ତ୍ରରେ ବିଶ୍ୱାସ କରୁନାହାନ୍ତି ବିଜେଡି ଓ କଂଗ୍ରେସ- ଇରାଶିଷ
ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.) - ବିଜେଡ଼ି ଓ କଂଗ୍ରେସ ଗଣତନ୍ତ୍ରରେ ବିଶ୍ୱାସ କରୁ ନାହାନ୍ତି । ଆଜି ଏ କଥା ସେମାନେ ପ୍ରମାଣିତ କରିଛନ୍ତି । ବିଧାନସଭାରେ ପ୍ରଶ୍ନକାଳ ଗୁରୁତ୍ଵପୂର୍ଣ୍ଣ । ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇଥାନ୍ତେ ମନ୍ତ୍ରୀ । ତେଣୁ ପ୍ରଶ୍ନକାଳ
ଗଣତନ୍ତ୍ରରେ ବିଶ୍ୱାସ     କରୁନାହାନ୍ତି ବିଜେଡି ଓ କଂଗ୍ରେସ- ଇରାଶିଷ


ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)

- ବିଜେଡ଼ି ଓ କଂଗ୍ରେସ ଗଣତନ୍ତ୍ରରେ ବିଶ୍ୱାସ କରୁ

ନାହାନ୍ତି । ଆଜି ଏ କଥା ସେମାନେ ପ୍ରମାଣିତ କରିଛନ୍ତି । ବିଧାନସଭାରେ ପ୍ରଶ୍ନକାଳ

ଗୁରୁତ୍ଵପୂର୍ଣ୍ଣ । ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇଥାନ୍ତେ ମନ୍ତ୍ରୀ । ତେଣୁ ପ୍ରଶ୍ନକାଳ

ବନ୍ଦ କରିବାର କିଛି ଯଥାର୍ଥତା ନଥିଲା ବୋଲି କହିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ।

କଂଗ୍ରେସ ଆଜି ସାର ସମସ୍ୟା ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଦେଇଥିଲା । ଏବଂ ତାହା ଗ୍ରହଣ ମଧ୍ୟ

ହୋଇଥିଲା । ସରକାର ମଧ୍ୟ ଆଲୋଚନା ପାଇଁ ପ୍ରସ୍ତୁତ ଥିଲେ । କିନ୍ତୁ ଜାଣିଶୁଣି ବିଜେଡ଼ି ଓ

କଂଗ୍ରେସ ଗୃହ ବନ୍ଦ କଲେ । ସେମାନେ ଓଡ଼ିଶାବାସୀଙ୍କ ଉନ୍ନତି ଚାହୁନାହାନ୍ତି । ଆଲୋଚନା ହେଉ

ବୋଲି ଚାହୁଁନାହାଁନ୍ତି । ସେମାନେ ପୂର୍ବ ଭଳି ଅରାଜକତା ହେଉ ବୋଲି ଚାହୁଁଛନ୍ତି ବୋଲି ବିଜେପି

ବିଧାୟକ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande