ରାଜ୍ୟର ୯ଟି ଜିଲ୍ଲାରେ ୩୨ ଛାତ୍ରୀ ନିର୍ଯାତନା ମାମଲା ରୁଜୁ
ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)- ରାଜ୍ୟର ୯ଟି ଜିଲ୍ଲାରେ ଛାତ୍ରୀ ନିର୍ଯ୍ୟାତନାର ୩୨ ଟି ମାମଲା ରୁଜୁ ହେଇଛି । କନ୍ଧମାଳ ଜିଲ୍ଲାରେ ବାଲିଗୁଡା ସରକାରୀ ହାଇସ୍କୁଲରେ ସର୍ବାଧିକ ୧୧ଟି ମାମଲା ରହିଛି । ସେହିପରି ସୁନ୍ଦରଗଡ଼ର ଠାକୁରପାଲି ପୁଷ୍ପା ମଞ୍ଜରୀ ସରକାରୀ ହ
ରାଜ୍ୟର ୯ଟି ଜିଲ୍ଲାରେ ୩୨     ଛାତ୍ରୀ ନିର୍ଯାତନା ମାମଲା ରୁଜୁ


ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)- ରାଜ୍ୟର ୯ଟି

ଜିଲ୍ଲାରେ ଛାତ୍ରୀ ନିର୍ଯ୍ୟାତନାର ୩୨ ଟି ମାମଲା

ରୁଜୁ ହେଇଛି । କନ୍ଧମାଳ ଜିଲ୍ଲାରେ ବାଲିଗୁଡା ସରକାରୀ ହାଇସ୍କୁଲରେ ସର୍ବାଧିକ ୧୧ଟି ମାମଲା

ରହିଛି । ସେହିପରି ସୁନ୍ଦରଗଡ଼ର ଠାକୁରପାଲି ପୁଷ୍ପା ମଞ୍ଜରୀ ସରକାରୀ ହାଇସ୍କୁଲ,ଗୁରୁଣ୍ଡିଆ ବିରୋଧରେ ୨ଟି ଲେଖାଏଁ ମାମଲା ରହିଛି ।

ସେହିପରି ଅନୁଗୁଳ ,ଢେ଼ଙ୍କାନାଳ,ଜଗତସିଂହପୁର,

କଳାହାଣ୍ଡି,ମାଲକାନଗିରି,ମୟୁରଭଂଜ,

ଓ ନବରଙ୍ଗପୁର ଜିଲ୍ଲାରେ ଗୋଟାଏ ଲେଖାଏଁ ମାମଲା ରହିଛି । ଗଂଜାମ ,କେନ୍ଦ୍ରାପଡା, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ଦୁଇଟି

ଲେଖା ମାମଲା ରହିଛି । ଗୃହରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଲିଖିତ ଉତ୍ତର ଦେଇଛନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande