ଚାଷୀ ସମସ୍ୟା ଓ ସାର ଅଭାବ ପ୍ରସଙ୍ଗକୁ ନେଇ ପ୍ରଥମାର୍ଧରେ ବିଜେଡି ବିଧାୟକଙ୍କ ହଟ୍ଟଗୋଳ
ଭୁବନେଶ୍ୱର, 19 ସେପ୍ଚେମ୍ବର (ହି.ସ.) । ଆଜି ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ପ୍ରଥମାର୍ଧରେ ଚାଷୀ ସମସ୍ୟା ଓ ସାର ଅଭାବ ପ୍ରସଙ୍ଗକୁ ବିଜେଡି ବିଧାୟକଙ୍କ ହଟ୍ଟଗୋଳ କାରଣରୁ ଗୃହ ଚାଲି ପାରି ନାହିଁ । ପ୍ରଶ୍ନକାଳ ସମୟରେ ମାତ୍ର ଚାରି ମିନିଟ ଗୃହ ଚାଲିଲା ପରେ ହଟ୍ଟଗୋଳ କାରଣରୁ ବାଚସ୍ପତି
ଚାଷୀ ସମସ୍ୟା ଓ ସାର ଅଭାବ ପ୍ରସଙ୍ଗକୁ ନେଇ ପ୍ରଥମାର୍ଧରେ ବିଜେଡି ବିଧାୟକଙ୍କ ହଟ୍ଟଗୋଳ


ଭୁବନେଶ୍ୱର, 19 ସେପ୍ଚେମ୍ବର (ହି.ସ.) । ଆଜି ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ପ୍ରଥମାର୍ଧରେ ଚାଷୀ ସମସ୍ୟା ଓ ସାର ଅଭାବ ପ୍ରସଙ୍ଗକୁ ବିଜେଡି ବିଧାୟକଙ୍କ ହଟ୍ଟଗୋଳ କାରଣରୁ ଗୃହ ଚାଲି ପାରି ନାହିଁ । ପ୍ରଶ୍ନକାଳ ସମୟରେ ମାତ୍ର ଚାରି ମିନିଟ ଗୃହ ଚାଲିଲା ପରେ ହଟ୍ଟଗୋଳ କାରଣରୁ ବାଚସ୍ପତି ସୁରମା ପାଢୀ ଗୃହକୁ ଅପରାହ୍ନ 4ଟା ଯାଏ ମୁଲତବୀ ଘୋଷଣା କରିଥିଲେ । ଏହି କାରଣରୁ ଆଜି ପ୍ରଶ୍ନକାଳ, ଶୂନ୍ୟ କାଳ ଓ ଅନ୍ୟ ନିର୍ଧାରିତ କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା ।

ଆଜି ନିର୍ଧାରିତ 10.30 ମିନିଟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତର ଦେବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଡାକିଥିଲେ । ମନ୍ତ୍ରୀ ଶ୍ରୀ ଗଣ୍ଡ ତାଙ୍କ ଉତ୍ତର ପଢିବା ଆରମ୍ଭ କରିଥିଲେ । ଅନ୍ୟ ପକ୍ଷରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ବିଜେଡିର ବିଧାୟକ ମାନେ ଚାଷୀ ସମସ୍ୟା ଓ ସାର ଅଭାବ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ । ସେମାନେ ହାତରେ ବ୍ୟାନର, ପ୍ଲାକାର୍ଡ ମାନ ଧରି ବିଜେପି ସରକାର ବିରୁଦ୍ଧରେ ନାରାବାଜୀ କରିବା ସହ ଗୃହର ମଧ୍ୟ ଭାଗକୁ ଚାଲି ଆସିଥିଲେ । ବିଜେଡି ବିଧାୟକ ମାନେ ଚାଷୀ ବିରୋଧୀ ସରକାର ଚଳିବ ନାହିଁ, ଚାଷୀଙ୍କ ସାରର କଳାବଜାରୀ ହେଉଥିବା କଥାକୁ ନେଇ ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ । ସେହି ସମୟରେ ଅନ୍ୟତମ ବିରୋଧୀ କଂଗ୍ରେସ ଦଳର ବିଧାୟକ ମାନେ ସେମାନଙ୍କ ଆସନରେ ଠିଆ ହୋଇ ନାରାବାଜୀ କରୁଥିବା ଦେଖିବାକୁ ମିଳିଥିଲା । ମନ୍ତ୍ରୀ ଶ୍ରୀ ଗଣ୍ଡ ଉତ୍ତର ଦେଉଥିଲେ ହେଁ ବିରୋଧୀ ବିଧାୟକ ମାନଙ୍କର ହଟ୍ଟଗୋଳ କାରଣରୁ ତାଙ୍କର ଉତ୍ତର ପ୍ରେସ ଗ୍ୟାଲେରୀକୁ ସ୍ପଷ୍ ହୋଇ ପାରୁ ନ ଥିଲା । ବାଚସ୍ପତି ସୁରମା ପାଢୀ ହଟ୍ଟଗୋଳ କରୁଥିବା ବିଧାୟକ ମାନଙ୍କୁ ବାରମ୍ବାର ସେମାନଙ୍କ ଆସନକୁ ଯିବାକୁ କହିବା ସହ ପ୍ରଶ୍ନକାଳ କାର୍ଯକ୍ରମ ଚଳାଇବାକୁ ସହଯୋଗ କରିବାକୁ ଅନୁରୋଧ କରିବାକୁ ଦେଖିବାକୁ ମିଳିଥିଲା । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ୱେ ବିରୋଧୀ ବିଜେଡି ବିଧାୟକ ମାନେ ତାଙ୍କର କଥା ଶୁଣି ନ ଥିଲେ୍ ଓ ସେମାନେ ହଟ୍ଟଗୋଳ ଜାରୀ ରଖିଥିଲେ । ଏହା ଫଳରେ ବାଚସ୍ପତି ସୁରମା ପାଢୀ ଗୃହକୁ ଅପରାହ୍ନ 4ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । । ଏହି କାରଣରୁ ଆଜି ପ୍ରଶ୍ନକାଳ, ଶୂନ୍ୟ କାଳ ଓ ଅନ୍ୟ ନିର୍ଧାରିତ କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande