ସୁବର୍ଣ୍ଣପୁର, ୧୯ ସେପ୍ଟେମ୍ବର (ହି.ସ.)- ସୁଭଦ୍ରା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ସୋନପୁର ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ମିଶନ ଶକ୍ତିର ସଭାଗୃହ ଠାରେ ସୁଭଦ୍ରା ହିତାଧିକାରୀଙ୍କ ଦ୍ଵାରା କେକ୍ କାଟି ଧୁମ୍ ଧାମ ରେ ଉତ୍ସବ ପାଳନ କରାଯାଇଛି l ଓ ଭାରତର ଯଶସ୍ଵି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ୍ କୃତଜ୍ଞତା ଜ୍ଞାପନ କରିଛନ୍ତି l ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବରେ ସୋନପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୀବ କୁମାର ସାହୁ, ସମ୍ମାନିତ ଅତିଥି ଭାବରେ ପ୍ରୋଗ୍ରାମ ଅଫିସର ଅନିତା ଗୁରୁ, ବାସନ୍ତୀ ଭୋଇ, ସୁଦେଶ୍ନା ମେହେର, ପୋଷଣ ଡି - ସି ସଞ୍ଜୀବ ମିଶ୍ର ଯୋଗଦାନ କରି ସୁଭଦ୍ରା ଯୋଜନା ଅର୍ଥକୁ ଠିକ୍ ଭାବରେ ବିନିଯୋଗ କରିବାକୁ ପରାମର୍ଶ କରିଥିଲେ l ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧୬ ତାରିଖ ଯାଏ ପୋଷଣ ମାସ ପାଳନ ଓ ସୁସ୍ଥ ନାରୀ ସଶକ୍ତ ପରିବାର ଗଠନର ଆଜି ଶୁଭ ଉଦ୍ଘାଟନ କରାଯାଇଥିଲା l ଏହା ସହିତ ସୋନପୁର ବ୍ଲକ ର ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ସାମୁହିକ ବୃକ୍ଷ ରୋପଣ କରାଯାଇଛି l ସୁସ୍ଥ ନାରୀ ସଶକ୍ତ ପରିବାର ପାଇଁ ସମସ୍ତ ପି ଏଚ ସି, ସି ଏଚ୍ ସି ଠାରେ ମହିଳା ମାନେ ହେଲ୍ଥ ସ୍କାନିଂ ଆରମ୍ଭ କରିଛନ୍ତି l
ସୋନପୁର ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସାଗରିକା ସ୍ୱାଇଁଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ସୋନପୁର ପୌର ପରିଷଦର ସେକ୍ଟର ସୁପର ଭାଇଜର ରୋଜିସ୍ମିତା ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ