ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)
- ବିଜେପି ଓ
ବିଜେଡ଼ି ଏକ ବୋଲି ପ୍ରମାଣିତ ହୋଇଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରାସାଦ
ବାହିନୀପତି । ସାର ସଙ୍କଟ ଆଲୋଚନା ନେଇ କଂଗ୍ରେସ ମୁଲତବୀ ପ୍ରସ୍ତାବ ଦେଇଥିଲା । କିନ୍ତୁ ସାର
ପ୍ରସଂଗରେ ବିଜେଡି ହୋ ହାଲ୍ଲା କରିବା ପରେ ବାଚସ୍ପତି ଗୃହ ମୁଲତବୀ ଘୋଷଣା କଲେ । ବିଜେଡି -
ବିଜେପି କଥା ହୋଇ ବିଧାନସଭା ବନ୍ଦ କରିଦେଲେ । ଚାଷୀଙ୍କୁ ସାର ମିଳୁନି । ଏଭଳି ସ୍ଥିତିରେ
ଆଲୋଚନା ହେଇଥିଲେ ସରକାର ସମ୍ବେଦନଶୀଳ ହୋଇଥାନ୍ତେ । କଂଗ୍ରେସ ଆଲୋଚନା ଚାହୁଁଥିଲା । ନିଜ
ସିଟରେ ଠିଆ ହୋଇ ଆଲୋଚନା ପାଇଁ କହିଥିଲୁ । କିନ୍ତୁ ବିଜେଡି - ବିଜେପି ମିଳିମିଶି ଗୃହ ବନ୍ଦ
କରିଦେଲେ ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା