ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଟ୍ରେନ୍‌ର ଶୁଭାରମ୍ଭ
ଭୁବନେଶ୍ୱର,୧୯ ସେପ୍ଟେମ୍ବର (ହି.ସ)- ବ୍ରହ୍ମପୁରରୁ ଶୁକ୍ରବାର ଦିନ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଟ୍ରେନ୍‌ର ଶୁଭାରମ୍ଭ ହୋଇଛି। ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏହି ଟ୍ରେନ୍ ର ଶୁଭାରମ୍ଭ କରିଛନ୍ତି। ଏସମ୍ପର୍କରେ ସୂଚନା ଦେଇ ଏକ୍ସରେ ଶ
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଟ୍ରେନ୍‌ର ଶୁଭାରମ୍ଭ


ଭୁବନେଶ୍ୱର,୧୯ ସେପ୍ଟେମ୍ବର (ହି.ସ)- ବ୍ରହ୍ମପୁରରୁ ଶୁକ୍ରବାର ଦିନ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଟ୍ରେନ୍‌ର ଶୁଭାରମ୍ଭ ହୋଇଛି। ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏହି ଟ୍ରେନ୍ ର ଶୁଭାରମ୍ଭ କରିଛନ୍ତି।

ଏସମ୍ପର୍କରେ ସୂଚନା ଦେଇ ଏକ୍ସରେ ଶ୍ରୀମତୀ ପରିଡା ଲେଖିଛନ୍ତି ରେଶମ ସହର ବ୍ରହ୍ମପୁରରୁ ଚଳିତ ଆର୍ôଥକ ବର୍ଷ ପାଇଁ ପର୍ଯ୍ୟଟନ ବିଭାଗର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଟ୍ରେନ୍‌ର ଶୁଭାରମ୍ଭ କଲୁ। ଆଜି ମୋଟ ୭୭୫ ଜଣ ତୀର୍ଥଯାତ୍ରୀଙ୍କ ସହ ୨୫ ଜଣ ଏସ୍କର୍ଟ୍ ଅଧିକାରୀ ଆଜି ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ଯାତ୍ରା କରିଛନ୍ତି। ବରିଷ୍ଠ ନାଗରିକମାନଙ୍କର ତୀର୍ଥଯାତ୍ରା ଅଭିଳାଷ ପୂରଣ କରୁଥିବା ଏହି ଯୋଜନା ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଭାରତ ସରକାରଙ୍କ ଆଇଆରସିଟିସି ସହଭାଗିତାରେ କାର୍ଯ୍ୟକାରୀ ହେଉଛି। ଆଜି ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଏବଂ ନୟାଗଡ଼ ଜିଲ୍ଲାର ବରିଷ୍ଠ ନାଗରିକମାନଙ୍କୁ ତୀର୍ଥଯାତ୍ରାର ଭବ୍ୟ ସୁଯୋଗ ପ୍ରଦାନ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande