ନୂଆଦିଲ୍ଲୀ, 2 ସେପ୍ଟେମ୍ବର (ହି.ସ.)- ଦିଲ୍ଲୀ
କ୍ୟାଣ୍ଟର କରିଅପ୍ପା ପରେଡ୍ ଗ୍ରାଉଣ୍ଡରେ ମଙ୍ଗଳବାର ଦିନ ଅତିରିକ୍ତ ମହାନିର୍ଦେଶକ ଏୟାର୍
ଭାଇସ୍ ମାର୍ଶାଲ୍ ପି.ଭି.ଏସ୍ ନାରାୟଣ ଦ୍ୱାରା ଅଖିଳ ଭାରତୀୟ ସ୍ଥଳ ସେନା ଶିବିରର ଉଦ୍ଘାଟନ
କରାଯାଇଛି। ଏହି କ୍ଷେତ୍ରୀୟ ଶିବିରରେ ଦେଶର 17 ଟି ଡିଭିଜନ୍ରୁ 1,500 ରୁ ଅଧିକ ଏନସିସିକ୍ୟାଡେଟ୍ ଭାଗ ନେବେ। ଏହି ପ୍ରଶିକ୍ଷଣ ଶିବିରରେ ଫାୟରିଂ
ପ୍ରତିଯୋଗିତା, ମାନଚିତ୍ର ପଢ଼ିବା,
ବାଧା ପ୍ରଶିକ୍ଷଣ, ଫିଲ୍ଡ କ୍ରାଫ୍ଟ, ଯୁଦ୍ଧ କୌଶଳ ଓ
ସାଂସ୍କୃତିକ କାର୍ଯ୍ୟକ୍ରମ ହେବ।
ଏନସିସିଅନୁସାରେ, ଏହା ଏକ ମୁଖ୍ୟ
ଶିବିର ଯାହା, ଅନୁଶାସନ, ନେତୃତ୍ୱ, ଜାତୀୟ ଏକତାକୁ ବୃଦ୍ଧି କରେ ଓ କ୍ୟାଡେଟ୍ମାନେ ଦାୟିତ୍ୱପୂର୍ଣ୍ଣ ନାଗରିକ ଓ ଭବିଷ୍ୟତ ନେତା ଭାବେ
ଗଢ଼ିଉଠନ୍ତି। ସମସ୍ତ ରାଜ୍ୟ ଓ
କେନ୍ଦ୍ରଶାସିତ ପ୍ରଦେଶର ପ୍ରତିନିଧିତ୍ୱ କରୁଥିବା 17 ଟି ଏନସିସି ନିର୍ଦେଶାଳୟରୁ
867 ଟି ପୁରୁଷ କ୍ୟାଡେଟ୍, 679 ଟି ମହିଳା କ୍ୟାଡେଟ୍, ସମେତ ମୋଟ 1,546 କାଡେଟ୍ ଏହି ଶିବିରରେ
ଅଂଶ ନେବେ। ଭାଗ ନେଉଥିବା କ୍ୟାଡେଟ୍ମାନେ ବିଭିନ୍ନ ପ୍ରତିଯୋଗିତା ଯେପରିକି ବାଧା ପ୍ରଶିକ୍ଷଣ,
ମାନଚିତ୍ର ପଢ଼ିବା, ଅନ୍ୟାନ୍ୟ ଇନ୍ଷ୍ଟିଟ୍ୟୁସନାଲ୍ ଟ୍ରେନିଂ ପ୍ରତିଯୋଗିତାରେ ଅଂଶ ନେବେ, ଯାହା ଦ୍ୱାରା ସେମାନେ ଶାରୀରିକ ସହନଶୀଳତା, ମାନସିକ ତୀବ୍ରତା ଓ
ଟିମ୍ ୱାର୍କ ଉପରେ ଭିତି କରିଥିବା ଏକ ଦୃଢ଼ ଅନୁଭୂତି ଅନୁଭବ କରିପାରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା