ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗରେ ପ୍ରଭାତି ପରିଡାଙ୍କ ଶୋକ
ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.)- ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗରେ ପ୍ରଭାତି ପରିଡା ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଜଣାଶୁଣା ଆଦିବାସୀ ନେତା ତଥା ବୀରମିତ୍ରପୁରର ପୂର୍ବତନ
ବୀରମିତ୍ରପୁରର ପୂର୍ବତନ     ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗରେ ପ୍ରଭାତି ପରିଡାଙ୍କ ଶୋକ


ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.)- ବୀରମିତ୍ରପୁରର

ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗରେ ପ୍ରଭାତି ପରିଡା ଶୋକ ପ୍ରକାଶ କରିଛନ୍ତି ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା

କହିଛନ୍ତି ଯେ, ଜଣାଶୁଣା ଆଦିବାସୀ ନେତା ତଥା ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ

ତିର୍କୀଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ ଏବଂ ମର୍ମାହତ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ

ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହ ଶୁଭେଚ୍ଛୁ ଓ ପରିବାରବର୍ଗଙ୍କ ପ୍ରତି ସମବେଦନା

ଜଣାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande