ଆତଙ୍କବାଦୀ ସହିତ ଜଡିତ ମାମଲାରେ ଘାଟିର 8ଟି ସ୍ଥାନରେ ସିଆଇକେର ରେଡ୍
ଶ୍ରୀନଗର, 20 ସେପ୍ଟେମ୍ବର (ହି.ସ.) - ଜମ୍ମୁ-କାଶ୍ମୀର ପୁଲିସର କାଉଣ୍ଟର ଇଣ୍ଟେଲିଜେନ୍ସ କାଶ୍ମୀର ଶନିବାର ଦିନ ଆତଙ୍କବାଦ ସହିତ ସଂପୃକ୍ତ ଏକ ମାମଲାରେ ଅଭିଯାନର ଅଂଶରୂପେ କାଶ୍ମୀର ଘାଟିରେ ଆଠଟି ସ୍ଥାନରେ ରେଡ୍ କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଏହି ତଦନ୍ତ ଅ
ଆତଙ୍କବାଦୀ ସହିତ ଜଡିତ     ମାମଲାରେ ଘାଟିର 8ଟି ସ୍ଥାନରେ ସିଆଇକେର ରେଡ୍


ଶ୍ରୀନଗର, 20 ସେପ୍ଟେମ୍ବର (ହି.ସ.)

- ଜମ୍ମୁ-କାଶ୍ମୀର

ପୁଲିସର କାଉଣ୍ଟର ଇଣ୍ଟେଲିଜେନ୍ସ କାଶ୍ମୀର ଶନିବାର ଦିନ ଆତଙ୍କବାଦ ସହିତ ସଂପୃକ୍ତ ଏକ ମାମଲାରେ

ଅଭିଯାନର ଅଂଶରୂପେ କାଶ୍ମୀର ଘାଟିରେ ଆଠଟି ସ୍ଥାନରେ ରେଡ୍ କରିଛନ୍ତି।

ଅଧିକାରୀମାନେ କହିଛନ୍ତି ଯେ

ଏହି ତଦନ୍ତ ଅନ୍ତର୍ଗତ ସିଆଇକେ ଦ୍ୱାରା ଶ୍ରୀନଗର, ବାରାମୂଲା, ଅନନ୍ତନାଗ, କୁପୱାଡା, ପୁଲୱାମା ଓ ଶୋପିଆନ୍

ଜିଲ୍ଲାରେ ତଲାସି ଚାଲିଛି। ଅଧିକାରୀମାନେ ଏହି ମଧ୍ୟ କହିଛନ୍ତି ଯେ ଏହି ତଲାସି ସିଆଇକେ ଥାନାରେ

ଦାଖଲ ହୋଇଥିବା ଏତଲାସଂଖ୍ୟା 3/2023 ଅନୁଯାୟୀ

ଏବଂ ଏହା ପାଇଁ ସମ୍ପୃକ୍ତ ଅଦାଲତରୁ ମିଳିଥିବା ୱାରେଣ୍ଟ ଅନୁସାରେ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande